ବିରାଟ-ଡିଭିଲିୟର୍ସ ହେଉଛନ୍ତି ‘ବ୍ୟାଟ୍‌ମ୍ୟାନ୍‌-ସୁପରମ୍ୟାନ୍‌’ଙ୍କ ପରି: ଗେଲ୍‌

ନୂଆଦିଲ୍ଲୀ: ବିରାଟ କୋହଲି ଓ ଏବି ଡି ଭିଲିୟର୍ସଙ୍କୁ ଆଜି ହଲିଉଡ୍‌ର ‘ବ୍ୟାଟ୍‌ମ୍ୟାନ୍‌-ସୁପରମ୍ୟାନ’ଙ୍କ ସହ ତୁଳନା କରିଛନ୍ତି ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଏହି ଯୋଡି ଆଇପିଏଲ୍‌ରେ ରନ୍ ବର୍ଷା କରୁଛନ୍ତି ବୋଲି ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ ଆରସିବି ପକ୍ଷରୁ ଆଇପିଏଲ୍‌ରେ ଖେଳୁଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ‘ବ୍ୟାଟ୍‌ମ୍ୟାନ୍‌ ଓ ସୁପରମ୍ୟାନ୍‌’ ପରି। ସେମାନଙ୍କ ପ୍ରଦର୍ଶନ ଉଚ୍ଚକୋଟିର। ମୁଖ୍ୟତଃ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ସମ୍ମୁଖରେ ଥିବା ବୋଲରଙ୍କ ଆତ୍ମବିଶ୍ୱାସ […]

viratabd1752016

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 12:46 PM IST

ନୂଆଦିଲ୍ଲୀ: ବିରାଟ କୋହଲି ଓ ଏବି ଡି ଭିଲିୟର୍ସଙ୍କୁ ଆଜି ହଲିଉଡ୍‌ର ‘ବ୍ୟାଟ୍‌ମ୍ୟାନ୍‌-ସୁପରମ୍ୟାନ’ଙ୍କ ସହ ତୁଳନା କରିଛନ୍ତି ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଏହି ଯୋଡି ଆଇପିଏଲ୍‌ରେ ରନ୍ ବର୍ଷା କରୁଛନ୍ତି ବୋଲି ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ ଆରସିବି ପକ୍ଷରୁ ଆଇପିଏଲ୍‌ରେ ଖେଳୁଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ‘ବ୍ୟାଟ୍‌ମ୍ୟାନ୍‌ ଓ ସୁପରମ୍ୟାନ୍‌’ ପରି। ସେମାନଙ୍କ ପ୍ରଦର୍ଶନ ଉଚ୍ଚକୋଟିର। ମୁଖ୍ୟତଃ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ସମ୍ମୁଖରେ ଥିବା ବୋଲରଙ୍କ ଆତ୍ମବିଶ୍ୱାସ ଚୁନମାର୍‌ ହେଉଥିବା ଗତ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଏହି ଯୋଡି ଏପରି ସର୍ଟ ଖେଳୁଛନ୍ତି ଯେ, ବିପକ୍ଷ ଦଳର ବୋଲର ଓ ଫିଲ୍ଡର ବୁଝିପାରୁ ନାହାନ୍ତି। ଏହି ଯୋଡିଙ୍କର ଫର୍ମ ଆଗକୁ ଜାରି ରହିଲେ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବା ସୁନିଶ୍ଚିତ।”

ସୂଚନାଯୋଗ୍ୟ, ଆଇପିଏଲ୍‌ ୯ରେ ଏହି ଯୋଡି ୧୨ଟି ମ୍ୟାଚ୍‌ରୁ ୧୩୪୯ ରନ୍‌ ସ୍କୋର କରିଛନ୍ତି।

Related story