ସଚିନଙ୍କ ରେକର୍ଡ ଭାଙ୍ଗିବାଠାରୁ ୧୩୩ ରନ୍‌ ଦୂରରେ ବିରାଟ

ଧର୍ମଶାଳା: ପୁଣି ଏକ ରେକର୍ଡ ଭାଙ୍ଗିବା ଠାରୁ ୧୩୩ ରନ୍‌ ଦୂରରେ ରହିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ସେ ୧୩୩ ରନ୍‌ କରିପାରିଲେ ଦିନିକିଆରେ ୧୨ ହଜାର ରନ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିବେ। ଏଥିସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରିବେ। ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛି। ତେଣୁ ବିରାଟ ରେକର୍ଡ କରିବାର ସୁଯୋଗ ପାଇବେ। ଏହି ୩ଟି ମ୍ୟାଚରେ ବିରାଟ […]

vc

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 10:22 PM IST

ଧର୍ମଶାଳା: ପୁଣି ଏକ ରେକର୍ଡ ଭାଙ୍ଗିବା ଠାରୁ ୧୩୩ ରନ୍‌ ଦୂରରେ ରହିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ସେ ୧୩୩ ରନ୍‌ କରିପାରିଲେ ଦିନିକିଆରେ ୧୨ ହଜାର ରନ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିବେ। ଏଥିସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରିବେ।

ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛି। ତେଣୁ ବିରାଟ ରେକର୍ଡ କରିବାର ସୁଯୋଗ ପାଇବେ। ଏହି ୩ଟି ମ୍ୟାଚରେ ବିରାଟ ଯଦି ୧୨ ହଜାର ରନ କରି ଦେଉଛନ୍ତି, ତା’ହେଲେ ସେ ବିଶ୍ୱର ପ୍ରଥମ ଖେଳାଳି ହେବେ ଯିଏ ସବୁଠାରୁ କମ ଇନିଂସରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିବେ। ବିରାଟ ବର୍ତ୍ତମାନ ସୁଦ୍ଧା ୨୩୯ଟି ଇନିଂସ୍‌ରେ ୧୧୮୬୭ ରନ୍‌ କରିଛନ୍ତି।

ଏବେ ଦ୍ରୁତତମ ୧୨ ହଜାର ରନ ସଂଗ୍ରହ କରିବା ତାଲିକାର ଏକ ନମ୍ବର ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି। ସଚିନ ୩୦୦ଟି ଇନିଂସ୍‌ରେ ତାଙ୍କ ଦିନିକିଆ କ୍ୟାରିୟରରେ ୧୨ ହଜାର ରନ ପୂରଣ କରିଛନ୍ତି। ଏଭଳି କୀର୍ତ୍ତିମାନ ସ୍ଥାପନ କ୍ଷେତ୍ରରେ ସଚିନ ବିଶ୍ୱର ୧ ନଂ ଖେଳାଳି।

ଦ୍ରୁତତମ ୧୨ ହଜାର ରନ ସଂଗ୍ରହ କରିବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂ ରହିଛନ୍ତି। ସେ ୩୧୪ ଇନିଂସରେ ୧୨ ହଜାର ରନ ପୂରଣ କରିଥିଲେ। ତୃତୀୟରେ କୁମାର ସାଙ୍ଗାକାର ୩୩୬ଟି ଇନିଂସରେ ୧୨ ହଜାର ରନ କରିଥିଲେ।

Related story