ଆଇସିସି ଟେଷ୍ଟ ରାଙ୍କିଙ୍ଗ: ୬ ବର୍ଷ ପରେ ପ୍ରଥମ ଥର ଟପ୍‌ ଟେନ୍‌ରେ ନାହାନ୍ତି କୋହଲି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ୍‌ ଟେନ୍‌ରେ ନାହିଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁ। ଗତ ୬ ବର୍ଷରେ ପ୍ରଥମ ଥର ଏଭଳି ହୋଇଛି। ବର୍ମିଂହାମର ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଟେଷ୍ଟ ମ୍ୟାଚ୍ ପରେ ପ୍ରକାଶ ପାଇଥିବା ଏହି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍‌। ସେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ୧୧ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡର […]

virat-kohli

virat-kohli

Jitendra Garnayak
  • Published: Wednesday, 06 July 2022
  • Updated: 06 July 2022, 05:44 PM IST

Sports

Latest News

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ୍‌ ଟେନ୍‌ରେ ନାହିଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁ। ଗତ ୬ ବର୍ଷରେ ପ୍ରଥମ ଥର ଏଭଳି ହୋଇଛି। ବର୍ମିଂହାମର ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଟେଷ୍ଟ ମ୍ୟାଚ୍ ପରେ ପ୍ରକାଶ ପାଇଥିବା ଏହି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍‌। ସେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ୧୧ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି। ସେ ୧୦ ନମ୍ବର ସ୍ଥାନକୁ ଉଠିଛନ୍ତି। ସୂଚନାଯୋଗ୍ୟ, ଏଜବାଷ୍ଟନ ମ୍ୟାଚ୍ ଇଂଲଣ୍ଡ ଜିତିଥିବା ବେଳେ ଏଥିରେ ହିରୋ ଥିଲେ ଜୋ ରୁଟ୍ ଓ ଜନ୍ନି ବେୟାରଷ୍ଟୋ।

ଭାରତର ଋଷଭ ପନ୍ତ ଏଜବାଷ୍ଟନରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିବା ବେଳେ ତାଙ୍କ ଟେଷ୍ଟ ରାଙ୍କିଙ୍ଗରେ ଉନ୍ନତି ଘଟିଛି। ସେ ପଞ୍ଚମ ସ୍ଥାନକୁ ଉନ୍ନତି ହୋଇଛନ୍ତି। ଟେଷ୍ଟ କ୍ୟାରିୟରେ ପ୍ରଥମ ଥର ପାଇଁ ସେ ଟେଷ୍ଟ ରାଙ୍କିଙ୍ଗରେ ୫ମ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ବିରାଟ କୋହଲି ଟପ୍ ଟେନ୍‌ରୁ ଖସି ଯାଇଛନ୍ତି। ସେ ୧୩ ନମ୍ବରକୁ ଚାଲି ଯାଇଛନ୍ତି। ଏଜବାଷ୍ଟନରେ ସେ ଦୁଇଟି ଯାକ ଇନିଂସରେ ଯଥାକ୍ରମେ ମାତ୍ର ୧୧ ଓ ୨୦ ରନ୍ କରିଥିଲେ। ସେଥିପାଇଁ ସେ ଚାରୋଟି ସ୍ଥାନ ଖସି ୧୩ ନମ୍ବରରେ ରହିଛନ୍ତି।

ଏଜବାଷ୍ଟନ ଟେଷ୍ଟ ଖେଳି ନଥିବା ଟିମ୍ ‌ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୮ ନମ୍ବରରୁ ୯ ନମ୍ବରକୁ ଖସି ଆସିଛନ୍ତି। ଟପ୍‌ ଟେନ୍‌ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତରୁ କେବଳ ଋଷଭ ପନ୍ତ ଓ ରୋହତ ଶର୍ମା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos