ମୋହାଲି: ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ସ୍ଲୋ' ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।
ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ, ବିରାଟଙ୍କ ଏହା ପ୍ରଥମ ଅପରାଧ। ବିରାଟଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ମଧ୍ୟ ସ୍ଲୋ' ଓଭର ରେଟ୍ ଯୋଗୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗିସାରିଛି।
ସୂଚନାଯୋଗ୍ୟ, ଶନିବାର ଖେଳାଯାଇଥିବା ମ୍ୟାଚରେ ଆରସିସି ୮ ୱିକେଟରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ହରାଇ ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି। ଆରସିବି ତା'ର ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।