ଆଇସିସି ଟି-୨୦ ରାଙ୍କିଙ୍ଗ୍‌: ଟପ୍‌-୧୦ରେ ବିରାଟ୍ କୋହଲି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ଫାଇଦା ହୋଇଛି। ବୁଧବାର ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬୭ ରନରେ ବିଜୟୀ ହେବା ସହ ସିରିଜକୁ ୨-୧ରେ କବଜା କରିଛି। ଏହି ମ୍ୟାଚରେ କୋହଲି ମାତ୍ର ୨୯ ବଲରେ ୪ ଚୌକା ଓ ୭ ଛକା ସହ ୭୦ ରନର ଇନିଂସ୍ ଖେଳିଥିଲେ। ଏହି ପ୍ରଦର୍ଶନ ଦ୍ୱାରା ସେ ଆଇସିସି ଟି-୨୦ […]

kohli

kohli

Ranjit Kumar Jena
  • Published: Thursday, 12 December 2019
  • Updated: 12 December 2019, 05:25 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ଫାଇଦା ହୋଇଛି। ବୁଧବାର ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬୭ ରନରେ ବିଜୟୀ ହେବା ସହ ସିରିଜକୁ ୨-୧ରେ କବଜା କରିଛି।

ଏହି ମ୍ୟାଚରେ କୋହଲି ମାତ୍ର ୨୯ ବଲରେ ୪ ଚୌକା ଓ ୭ ଛକା ସହ ୭୦ ରନର ଇନିଂସ୍ ଖେଳିଥିଲେ। ଏହି ପ୍ରଦର୍ଶନ ଦ୍ୱାରା ସେ ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। କୋହଲିଙ୍କୁ ୫ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ଏବେ ଦଶମରେ ପହଞ୍ଚିଛନ୍ତି। କୋହଲି ମଧ୍ୟ ନିଜର ଦମଦାର ବ୍ୟାଟିଂ ବଳରେ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

କୋହଲିଙ୍କ ବ୍ୟତୀତ ଲୋକେଶ ରାହୁଲଙ୍କୁ ମଧ୍ୟ ବଡ଼ ଫାଇଦା ହୋଇଛି । ରାହୁଲ୍ ତିନୋଟି ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚିଛନ୍ତି। ଉକ୍ତ ମ୍ୟାଚରେ ରାହୁଲ୍ ୫୬ ବଲରେ ୯୧ ରନର ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତେବେ ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି । ରୋହିତ୍ ଏବେ ନବମକୁ ଖସି ଆସିଛନ୍ତି।

୩୨ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ପୂରଣ କରି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ମୋଟ ୯୪ ରନ୍ କରିଛନ୍ତି। କ୍ୟାପଟେନ୍ କୋହଲିଙ୍କ ପାଇଁ ଚଳିତ ବର୍ଷ ପୁଣିଥରେ ଜବରଦସ୍ତ ରହିଛି। ଦିନିକିଆ ଓ ଟି-୨୦ରେ ଶୀର୍ଷ ସ୍ଥାନ ହାସଲ କରିଥିବା କୋହଲି ୨୦୧୯ରେ କ୍ରମାଗତ ଚତୁର୍ଥ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟର ଅଗ୍ରଣୀ ସ୍କୋରର ହୋଇପାରନ୍ତି।

କୋହଲି ତିନୋଟି ଯାକ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ହାରରେ ରନ୍ କରିଛନ୍ତି। କୋହଲି ୮୪ ଟେଷ୍ଟରେ ୭୨୦୨ ରନ୍‌, ୨୩୯ ଦିନିକିଆରେ ୧୧୫୨୦ ରନ୍ ଏବଂ ୭୫ ଟି-୨୦ ମ୍ୟାଚରେ ୨୬୩୩ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos