ମୋହାଲିରେ ଏହି ସବୁ ରେକର୍ଡ କଲେ ବିରାଟ୍ କୋହଲି

ମୋହାଲି: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ବୁଧବାର ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ଜବରଦସ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟରେ ବିଜୟୀ କରାଇଥିଲେ। ଏହି ମ୍ୟାଚରେ କୋହଲି ଅପରାଜିତ ୭୨ ରନର ଇନିଂସ୍ ଖେଳିଥିଲେ। କୋହଲି ନିଜର ଇନିଂସରେ ୩ ଛକା ଓ ୪ ଚୌକା ମାରିଛନ୍ତି। ତେବେ ଏହି ଇନିଂସ୍ ମଧ୍ୟରେ କୋହଲି ଏକାଧିକ ରେକର୍ଡର ମଧ୍ୟ […]

kohli

kohli

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 05:17 PM IST

ମୋହାଲି: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ବୁଧବାର ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ଜବରଦସ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟରେ ବିଜୟୀ କରାଇଥିଲେ। ଏହି ମ୍ୟାଚରେ କୋହଲି ଅପରାଜିତ ୭୨ ରନର ଇନିଂସ୍ ଖେଳିଥିଲେ। କୋହଲି ନିଜର ଇନିଂସରେ ୩ ଛକା ଓ ୪ ଚୌକା ମାରିଛନ୍ତି। ତେବେ ଏହି ଇନିଂସ୍ ମଧ୍ୟରେ କୋହଲି ଏକାଧିକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି।

କୋହଲି ଏହି ମ୍ୟାଚରେ ନିଜର ୧୧ତମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି, ଯାହାକି ଏକ ରେକର୍ଡ । ଏହି ମାମଲାରେ ସେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଆଫ୍ରିଦି ୯୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୧ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦି ବିବେଚିତ ହୋଇଛନ୍ତି। ତେବେ ଟି-୨୦ରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମ୍ୟାଚର ରେକର୍ଡ ଆଫଗାନିସ୍ତାନର ଷ୍ଟାର୍ ଅଲରାଉଣ୍ଡର ମହମ୍ମଦ ନବିଙ୍କ ନାଁରେ ରହିଛି।

ନବି ୭୦ ଟି-୨୦ ମ୍ୟାଚ୍ ଖେଳି ରେକର୍ଡ ୧୨ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ଆଗରେ ରହିଛନ୍ତି। ଏହି ମାମଲାରେ ବର୍ତ୍ତମାନ କୋହଲି ଓ ଆଫ୍ରିଦି ଯୁଗ୍ମ ଭାବେ ଦ୍ୱିତୀୟ ସ୍ତାନରେ ରହିଛି। ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, ଯିଏ ଟି-୨୦ରେ ୯ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଶେନ୍ ୱାଟସନ୍ (୯), ଆଫଗାନିସ୍ତାନର ମହମ୍ମଦ ଶେହଜାଦ୍ (୯), ପାକିସ୍ତାନର ମହମ୍ମଦ ହଫିଜ୍ (୯) ଏବଂ ଭାରତର ରୋହିତ୍ ଶର୍ମା (୮) ଟପ୍-୧୦ ତାଲିକାରେ ଅଛନ୍ତି।

କୋହଲି ନିଜର ମ୍ୟାଚ୍ ବିଜୟୀ ଇନିଂସ୍ ବଳରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲି ୭୧ ମ୍ୟାଚରେ ୨୪୪୧ ରନ୍ କରି ରୋହିତଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ୯୭ ଟି-୨୦ ମ୍ୟାଚରେ ୨୪୩୪ ରନ୍ କରି ଏବେ ଦ୍ୱିତୀୟକୁ ଖସି ଆସିଛନ୍ତି। ରବିବାର ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚରେ ଉଭୟ ରୋହିତ୍ ଓ ବିରାଟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଦୁହେଁ ଟି-୨୦ କ୍ରିକେଟରେ ସର୍ବାଧିକ ରନର ରେକର୍ଡ କରିବାକୁ ଚାହିଁବେ। ଟି-୨୦ରେ ସର୍ବାଧିକ ରନ୍ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍, ଯିଏ ୨୨୭୨ ରନ୍ କରିଛନ୍ତି। ତାଙ୍କ ପରକୁ ପାକିସ୍ତାନର ଶୋଏବ ମଲିକ୍ ୨୨୬୩ ରନ୍ ସହ ଚତୁର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍ ମ୍ୟାକକୁଲମ୍ ୨୧୪୦ ରନ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ଟି-୨୦ କ୍ରିକେଟରେ ବିରାଟ୍ ନିଜର ୨୨ତମ ଅର୍ଦ୍ଧଶତକ ମାରି ନୂଆ ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ରୋହିତଙ୍କୁ ଟପିଛନ୍ତି। ରୋହିତ୍ ଟି-୨୦ରେ ୨୧ଥର ଅର୍ଦ୍ଧଶତକ ମାରିଛନ୍ତି। କୋହଲି ମଧ୍ୟ ଟି-୨୦ରେ ସର୍ବାଧିକ ୫୦ରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ କରିଛନ୍ତି। କୋହଲି ଟେଷ୍ଟରେ ୫୩.୧୪ ହାର, ଦିନିକିଆରେ ୬୦.୩୧ ହାର ଏବଂ ଟି-୨୦ରେ ୫୦.୮୫ ହାରରେ ରନ୍ କରିଛନ୍ତି। ତେବେ କୋହଲି ପ୍ରଥମଥର ପାଇଁ ଏହି କୀର୍ତ୍ତିମାନ କରିନାହାନ୍ତି। ଗତବର୍ଷ ମଧ୍ୟ କୋହଲି ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story