ପ୍ରଶଂସକଙ୍କୁ ଏହି ସ୍ପେଶାଲ୍ ମେସେଜ୍ ଦେଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ରବିବାର ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୧ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମର ନେତୃତ୍ୱ ନେଉଥିବା ବିରାଟ୍ ଟ୍ୱିଟ୍ କରି ନିଜର ଏହି ଲମ୍ବା ଅଭିଯାନ ସମ୍ବନ୍ଧରେ ଏକ ଭାବାତ୍ମକ ପୋଷ୍ଟ କରିଛନ୍ତି। From starting as a teenager on the same day in 2008 to reflecting on the journey 11 years after, I couldn’t have […]

virat

Ranjit Kumar Jena
  • Published: Monday, 19 August 2019
  • , Updated: 19 August 2019, 05:06 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ରବିବାର ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୧ ବର୍ଷ ପୂରଣ କରିଛନ୍ତି। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମର ନେତୃତ୍ୱ ନେଉଥିବା ବିରାଟ୍ ଟ୍ୱିଟ୍ କରି ନିଜର ଏହି ଲମ୍ବା ଅଭିଯାନ ସମ୍ବନ୍ଧରେ ଏକ ଭାବାତ୍ମକ ପୋଷ୍ଟ କରିଛନ୍ତି।

କୋହଲି ଟ୍ୱିଟରରେ ଲେଖିଛନ୍ତି, "ଏହି ଦିନ ୨୦୦୮ରେ ମୁଁ ଜଣେ ଯୁବ ଖେଳାଳି ଭାବେ ଶୁଭାରମ୍ଭ କରିଥିଲି, ସେବେଠାରୁ ଏପର୍ଯ୍ୟନ୍ତ ୧୧ ବର୍ଷର ଅଭିଯାନରେ ଭଗବାନ ମୋତେ ଯାହା କିଛି ବି ଦେଇଛନ୍ତି, ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି।" କେବଳ ଏତିକି ନୁହେଁ, ବିରାଟ ନିଜ ପ୍ରଶଂସକଙ୍କୁ ମଧ୍ୟ ମେସେଜ୍ ଦେଇ କହିଛନ୍ତି, "ଭଗବାନ ଆପଣଙ୍କୁ ମଧ୍ୟ ନିଜ ସ୍ୱପ୍ନକୁ ହାସଲ କରିବା ଏବଂ ସଠିକ୍ ରାସ୍ତା ବାଛିବା ପାଇଁ ଶକ୍ତି ଦିଅନ୍ତୁ।"

ସୂଚନାଯୋଗ୍ୟ, କୋହଲି ୧୮ ଅଗଷ୍ଟ, ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ନିଜର ପ୍ରଥମ ମ୍ୟାଚରେ ମାତ୍ର ୧୨ ରନ କରିପାରିଥିଲେ। କିନ୍ତୁ କୋହଲି ସମୟ ସହ ଖାପଖୁଆଇ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ସ୍ଥାପିତ କରିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ବିଶ୍ୱର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍ ଭାବେ ପରିଚତ ହୋଇଛନ୍ତି।

Related story