ସ୍ପେଶାଲ ଟ୍ୱିଟ୍ କରି ଧୋନିଙ୍କୁ ସାଲ୍ୟୁଟ୍ କଲେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିବାକୁ ହେଲେ ଫିଟନେସ୍ ନିହାତି ଆବଶ୍ୟକ। ଲଗାତାର ହେଉଥିବା ସିରିଜ୍ ବେଳେ ଖେଳାଳିମାନଙ୍କ ପକ୍ଷେ ଶତପ୍ରତିଶତ ଫିଟ୍ ରହିବା ଚ୍ୟାଲେଞ୍ଜିଂ ହୋଇଥାଏ। ଏହି ବଡ଼ ଚ୍ୟାଲେଞ୍ଜକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ସ୍ୱୀକାର କରିଛନ୍ତି ଏବଂ ପୂରା ଟିମକୁ ଏହି ପରୀକ୍ଷାରେ ପାସ୍ କରିବା ପାଇଁ ପ୍ରୟାସ କରୁଛନ୍ତି। ବିରାଟ୍ କୋହଲି ଗୁରୁବାର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି । ସେ ସୋଶାଲ ମିଡିଆରେ […]

kohli-and-dhoni

kohli-and-dhoni

Ranjit Kumar Jena
  • Published: Thursday, 12 September 2019
  • Updated: 12 September 2019, 04:59 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିବାକୁ ହେଲେ ଫିଟନେସ୍ ନିହାତି ଆବଶ୍ୟକ। ଲଗାତାର ହେଉଥିବା ସିରିଜ୍ ବେଳେ ଖେଳାଳିମାନଙ୍କ ପକ୍ଷେ ଶତପ୍ରତିଶତ ଫିଟ୍ ରହିବା ଚ୍ୟାଲେଞ୍ଜିଂ ହୋଇଥାଏ। ଏହି ବଡ଼ ଚ୍ୟାଲେଞ୍ଜକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ସ୍ୱୀକାର କରିଛନ୍ତି ଏବଂ ପୂରା ଟିମକୁ ଏହି ପରୀକ୍ଷାରେ ପାସ୍ କରିବା ପାଇଁ ପ୍ରୟାସ କରୁଛନ୍ତି।

ବିରାଟ୍ କୋହଲି ଗୁରୁବାର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି । ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଉଭୟଙ୍କ କଥା କହିଛନ୍ତି। ଫଟୋରେ କୋହଲିଙ୍କୁ ବିଜୟର ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି। ଏମିତି ଲାଗୁଛି ଯେପରି ସେ ଧୋନିଙ୍କୁ ସାଲ୍ୟୁଟ୍ କରୁଛନ୍ତି। ଏହି ଫଟୋରେ କୋହଲି ଲେଖିଛନ୍ତି, ସେହି ମୁକାବିଲା, ଯାହାକୁ କେବେବି ଭୁଲି ହେବନି। ସେହି ରାତି ବହୁତ ଖାସ୍। ଏହି ବ୍ୟକ୍ତି ଜଣକ ମୋତେ ଫିଟନେସ୍ ଟେଷ୍ଟ ଭଳି ଦୌଡ଼ାଇଛନ୍ତି। କୋହଲି ନିଜର ଏହି ଟ୍ୱିଟରେ ଧୋନିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଫଟୋ ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପ୍ ସମୟର। ୨୭ ମାର୍ଚ୍ଚ, ୨୦୧୬ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଏହି ମୁକାବିଲାରେ କୋହଲି ଅପରାଜିତ ୮୨ ରନର ଇନିଂସ୍ ଖେଳିଥିଲେ ଏବଂ ଭାରତ ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ଏହି ମ୍ୟାଚରେ ଫିନିଶର୍ ଧୋନି ଶେଷ ଓଭରର ପ୍ରଥମ ବଲରେ ଜେମ୍ସ ଫକନରଙ୍କୁ ଚୌକା ମାରି ବିଜୟୀ କରାଇଥିଲେ।

ଏହି ମ୍ୟାଚ୍ ଜିତି ଭାରତ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ କୋହଲି ନିଜର ଏହି ଇନିଂସ୍ ବେଳେ ପଞ୍ଚମ ୱିକେଟ୍ ପାଇଁ ଧୋନିଙ୍କ ସହ ଅପରାଜିତ ୬୭ ରନର ଭାଗୀଦାରୀ କରିଥିଲେ। ଏହି ମ୍ୟାଚରେ ଧୋନି ୧୦ ବଲରେ ଅପରାଜିତ ୧୮ ରନ୍ କରିଥିଲେ। କିନ୍ତୁ ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେମିଫାଇନାଲରେ ଭାରତ ୭ ୱିକେଟରେ ୱେଷ୍ଟଇଣ୍ଡିଜ୍ ନିକଟରୁ ପରାସ୍ତ ହୋଇଥିଲା।

ଧୋନି ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଟି-୨୦ ଦଳରେ ନାହାନ୍ତି। ସେ ଏବେ ଆମେରିକାରେ ଛୁଟି ମନାଉଛନ୍ତି। ଏହା ପୂର୍ବରୁ ସେ ଟେରିଟୋରିଆଲ୍ ଆର୍ମି ୟୁନିଟ୍ ସହ କଶ୍ମୀରରେ ୧୫ ଦିନ ବିତାଇଥିଲେ। ଭାରତୀୟ ଦଳରେ ଏବେ ୟୋ-ୟୋ ଟେଷ୍ଟ ଫିଟନେସର ନୂଆ ପରିଭାଷା। ୟୋ-ୟୋ ଟେଷ୍ଟକୁ ପାସ୍ କରିବା ପାଇଁ ବର୍ତ୍ତମାନର ସର୍ବନିମ୍ନ ମାନଦଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇଛି। କୋଚ୍ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ୟୋ-ୟୋ ଟେଷ୍ଟର ସର୍ବନିମ୍ନ ମାନଦଣ୍ଡକୁ ବଢ଼ାଇ ୧୭ କରିବାକୁ ଚାହୁଁଛନ୍ତି, ଯାହା ବର୍ତ୍ତମାନ ୧୬.୧ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story