କୋହଲିଙ୍କ ଛୁଟି ପଛର ବିରାଟ ରହସ୍ୟ

ନାଗପୁର: ଦୀର୍ଘ ୮ ମାସ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ୧୦ ଦିନ ପାଇଁ ଛୁଟିରେ ଯାଉଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ନ ଖେଳି ବିଶ୍ରାମ ନେବେ। ଡିସେମ୍ବର ୬ରେ ଦିଲ୍ଲୀ ଟେଷ୍ଟ ସରିବା ପରେ କୋହଲି ଛୁଟିରେ ଯିବେ। ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ହେବାକୁ ଥିବା ଟି-ଟ୍ୱଣ୍ଟି ସିରିଜରେ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୋହଲିଙ୍କ ଛୁଟିକୁ […]

viratkohli-anushka

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 09:53 AM IST

ନାଗପୁର: ଦୀର୍ଘ ୮ ମାସ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ୧୦ ଦିନ ପାଇଁ ଛୁଟିରେ ଯାଉଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ନ ଖେଳି ବିଶ୍ରାମ ନେବେ। ଡିସେମ୍ବର ୬ରେ ଦିଲ୍ଲୀ ଟେଷ୍ଟ ସରିବା ପରେ କୋହଲି ଛୁଟିରେ ଯିବେ। ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ହେବାକୁ ଥିବା ଟି-ଟ୍ୱଣ୍ଟି ସିରିଜରେ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୋହଲିଙ୍କ ଛୁଟିକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୁଟୁର ଗୁଁ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ କୋହଲିଙ୍କ ଛୁଟିର ରହସ୍ୟ ବିରାଟ ବୋଲି ଚର୍ଚ୍ଚା ହେଉଛି।

ଅତ୍ୟଧିକ ମ୍ୟାଚ୍‌ ଖେଳି ବିଶ୍ରାମ ପାଉ ନଥିବାରୁ କୋହଲିଙ୍କୁ ଏହି ଛୁଟି ମିଳିଥିବା ବିସିସିଆଇ କହିଛି। ଏହା ଜଣାପଡିବା ପରେ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରାଟଙ୍କ ପ୍ରଶଂସକମାନେ ଭାବୁଛନ୍ତି, ଏହି ସମୟରେ କୋହଲି ଓ ଅନୁଷ୍କାଙ୍କର ନିର୍ବନ୍ଧ ହେବ। ଗତ କିଛିଦିନ ହେବ ଆସୁଥିବା ଏକ ବିଜ୍ଞାପନରେ ଉଭୟ ବିବାହ କରିବାକୁ ଶପଥ ନେଉଛନ୍ତି। ଯାହାକୁ ଏବେର ଛୁଟି ସହ ଯୋଡି ପ୍ରଶଂସକମାନେ ନାନା କଥା କହୁଛନ୍ତି। ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଅନୁଷ୍କା ଡିସେମ୍ବରରେ କୌଣସି ସିଟିଂ ରଖି ନାହାଁନ୍ତି, ଯାହା ଚର୍ଚ୍ଚାରେ ରଙ୍ଗ ବୋଳିବା ପରି ହୋଇଛି।

Related story