ଆଇସିସି ଦିନିକିଆ ରାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ଓ ରୋହିତ୍‌

ଦୁବାଇ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ସୀମିତ ଓଭର ଫର୍ମାଟର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ ପରେ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ୨୦୧୯ ଶେଷ କରିଛନ୍ତି। କୋହଲି ୮୮୭ ପଏଣ୍ଟ ସହ ପ୍ରଥମ ଏବଂ ରୋହିତ୍ ୮୭୩ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି। ରୋହିତ୍ ରବିବାର ସବୁ ଫର୍ମାଟରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଏକ କ୍ୟାଲେଣ୍ଡର […]

rohit-and-virat

Ranjit Kumar Jena
  • Published: Monday, 23 December 2019
  • , Updated: 23 December 2019, 07:16 PM IST

ଦୁବାଇ: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ସୀମିତ ଓଭର ଫର୍ମାଟର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ ପରେ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ୨୦୧୯ ଶେଷ କରିଛନ୍ତି। କୋହଲି ୮୮୭ ପଏଣ୍ଟ ସହ ପ୍ରଥମ ଏବଂ ରୋହିତ୍ ୮୭୩ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି।

ରୋହିତ୍ ରବିବାର ସବୁ ଫର୍ମାଟରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବା ମାମଲାରେ ସନତ ଜୟସୂରିୟାଙ୍କର ୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ କୋହଲି ୨୦୧୯ର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତ୍ ୨୦୧୯ରେ ସବୁ ଫର୍ମାଟରେ ମୋଟ ୨୪୪୨ ରନ୍ କରିଛନ୍ତି। ତେବେ କୋହଲି ସବୁ ଫର୍ମାଟରେ ୨୪୫୫ ରନ୍ କରି ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତଙ୍କ ପରେ ପାକିସ୍ତାନର ବାବର ଆଜମ (୮୩୪) ତୃତୀୟ, ଦକ୍ଷିଣ ଆଫ୍ରିକାର ଫାଫ୍ ଡ୍ୟୁପ୍ଲେସିସ୍ (୮୨୦) ଚତୁର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର (୮୧୭) ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ଦିନିକିଆ ସିରିଜରେ ଦମଦାର ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଓପ୍ନର ଶାଇ ହୋପ୍ ଟପ୍‌-୧୦ରେ ଏଣ୍ଟ୍ରି କରିଛନ୍ତି। ଭାରତ ବିପକ୍ଷ ସିରିଜରେ ୨୨୨ ରନ୍ କରିଥିବା ହୋପ୍ ନବମ ସ୍ଥାନକୁ ଉଠିଛନ୍ତି। ସେହିପରି ତାଙ୍କ ସାଥୀ ଖେଳାଳି ଶିମରନ୍ ହେଟମେୟର୍ ୬ଟି ସ୍ଥାନ ଉପରକୁ ଉଠି ୧୯ତମ ଏବଂ ନିକୋଲାସ ପୁରନ୍ ୩୩ଟି ସ୍ଥାନ ଉଠି ୩୦ତମ ସ୍ଥାନରେ ପହଞ୍ଚିଛନ୍ତି।

Related story