ନିଜର ଏହି ଖାସ୍ ଭିଡିଓ ଶେୟାର୍ କଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏକ ଖାସ୍ ଭିଡିଓ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କୁ ଏକ୍ସରସାଇଜ୍ କରୁଥିବାର ଦେଖିବାକୁ ମିଳିଛି। ବିରାଟ୍ ତ ସବୁବେଳେ ନିଜର ୱାର୍କଆଉଟ୍ ଭିଡିଓ ପୋଷ୍ଟ କରନ୍ତି। ତେବେ ଏହି ଭିଡିଓର ବିଶେଷତ୍ୱ ହେଉଛି, ସେ ୨୦୧୬ ଏବଂ ୨୦୧୯ରେ କରୁଥିବା ୱାର୍କଆଉଟର ଭିଡିଓକୁ ଏକାସାଙ୍ଗରେ ଯୋଡ଼ିଛନ୍ତି। ଉଭୟ ଭିଡିଓରେ ବିରାଟଙ୍କୁ ଟ୍ରେନିଂ କରୁଥିବାରୁ ଦେଖିବାକୁ ମିଳିଛି । ସେ ଏହି ଭିଡିଓ ସହ ଲେଖିଛନ୍ତି, […]

VIRAT

Ranjit Kumar Jena
  • Published: Thursday, 08 August 2019
  • , Updated: 08 August 2019, 04:46 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏକ ଖାସ୍ ଭିଡିଓ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କୁ ଏକ୍ସରସାଇଜ୍ କରୁଥିବାର ଦେଖିବାକୁ ମିଳିଛି। ବିରାଟ୍ ତ ସବୁବେଳେ ନିଜର ୱାର୍କଆଉଟ୍ ଭିଡିଓ ପୋଷ୍ଟ କରନ୍ତି। ତେବେ ଏହି ଭିଡିଓର ବିଶେଷତ୍ୱ ହେଉଛି, ସେ ୨୦୧୬ ଏବଂ ୨୦୧୯ରେ କରୁଥିବା ୱାର୍କଆଉଟର ଭିଡିଓକୁ ଏକାସାଙ୍ଗରେ ଯୋଡ଼ିଛନ୍ତି। ଉଭୟ ଭିଡିଓରେ ବିରାଟଙ୍କୁ ଟ୍ରେନିଂ କରୁଥିବାରୁ ଦେଖିବାକୁ ମିଳିଛି ।

ସେ ଏହି ଭିଡିଓ ସହ ଲେଖିଛନ୍ତି, "ଓଜନ ଉଠାଇବା ପୂର୍ବରୁ ଟେକନିକକୁ ଠିକ୍ କରିବା ପାଇଁ ସର୍ବଦା ଅଧିକ ସମୟ ନେବା ଦରକାର। ମୁଁ ଗୋଟିଏ ବ୍ୟାୟାମ ତିନିବର୍ଷ ହେବ କରିଆସୁଛି। ଏହା ଉପରେ ନିୟମିତ ଭାବେ କାମ କରିବା ଏବଂ ଲଗାତାର ଟେକନିକ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ଗତିଶୀଳତା ଏବଂ ପୂରା ଶରୀରର ସାମର୍ଥ୍ୟରେ ସୁଧାର ଆସିଥାଏ। ଏଥିପାଇଁ ସର୍ବଦା କିଛି ନୂଆ ଶିଖିବା ପାଇଁ ଧୈର୍ଯ୍ୟ ରଖିବା ଜରୁରୀ। ଫିଟ୍ ରୁହନ୍ତୁ, ସୁସ୍ଥ ରୁହନ୍ତୁ।"

 

View this post on Instagram

 

Always take more time to get the technique right before wanting to take the weight up. Same exercise 3 years apart. Regular work on it and constantly focusing on technique has improved my mobility and full body strength too. So always be patient with learning something new. Stay fit stay healthy 💪💯

A post shared by Virat Kohli (@virat.kohli) on


ସୂଚନାଯୋଗ୍ୟ, ବିରାଟ୍ କୋହଲି କ୍ରିକେଟ୍ ଦୁନିଆର ସବୁଠାରୁ ଫିଟ୍ ଖେଳାଳି ଭାବେ ପରିଚିତ। ଭାରତର ଯୁବ କ୍ରିକେଟର୍ ଫିଟନେସ୍ ମାମଲାରେ କ୍ୟାପଟେନ୍ କୋହଲିଙ୍କୁ ଅନୁସରଣ କରନ୍ତି। ସମୟ ସମୟରେ ବିରାଟ୍ ନିଜ ୱାର୍କଆଉଟ୍ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଶେୟାର୍ କରନ୍ତି। ବର୍ତ୍ତମାନ ବିରାଟ୍ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହେବ।

Related story