ଟି-୨୦ ଆଇସିସି ରାଙ୍କିଙ୍ଗ: ବିରାଟ ଓ ଶିଖରଙ୍କୁ ପଦୋନ୍ନତି

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଓପନର ଶିଖର ଧୱନଙ୍କୁ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ପଦୋନ୍ନତି ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିରାଟ୍‌ ୭୨ ରନ୍‌ର ଇନିଂସ୍‌ ଖେଳିଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ପୂର୍ବରୁ ରାଙ୍କିଙ୍ଗର ୧୨ ନଂ ସ୍ଥାନରେ ଥିବା ବିରାଟ୍‌ ଆଜି ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ୧୧ନଂରେ ପହଞ୍ଚି ଯାଇଛନ୍ତି। ସେହିପରି ଶିଖର ଧୱନ ୪୦ ଓ ୩୬ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିପାଇଁ […]

ss

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 09:48 PM IST

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଓପନର ଶିଖର ଧୱନଙ୍କୁ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ପଦୋନ୍ନତି ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିରାଟ୍‌ ୭୨ ରନ୍‌ର ଇନିଂସ୍‌ ଖେଳିଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ପୂର୍ବରୁ ରାଙ୍କିଙ୍ଗର ୧୨ ନଂ ସ୍ଥାନରେ ଥିବା ବିରାଟ୍‌ ଆଜି ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ୧୧ନଂରେ ପହଞ୍ଚି ଯାଇଛନ୍ତି।

ସେହିପରି ଶିଖର ଧୱନ ୪୦ ଓ ୩୬ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିପାଇଁ ସେ ୩ଟି ସ୍ଥାନ ଲମ୍ଫମାରି ୧୩ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ, ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଖେଳାଳିଙ୍କ ମଧ୍ୟ ଆଇସିସିର ନୂଆ ରାଙ୍କିଙ୍ଗରେ ଫାଇଦା ମିଳିଛି।

ଆଫ୍‌ଗାନିସ୍ତାନର ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ହଜରତୁଲ୍ଲା ଜଜାଇ ୭୨୭ ପଏଣ୍ଟ ସହ ବ୍ୟାଟିଂ ରାଙ୍କିଙ୍ଗର ୫ମ ସ୍ଥାନରେ ରହିଛନ୍ତି। ସ୍କଟଲ୍ୟାଣ୍ଡର ପ୍ରଥମ ଖେଳାଳି ଭାବେ ଜର୍ଜ ମୁନସେୟ ୬୦୦ ପଏଣ୍ଟ ସହ ୨୧ତମ ସ୍ଥାନରେ ରହିଛନ୍ତି। ସେ ନେଦରଲ୍ୟାଣ୍ଡସ ବିରୋଧରେ ୫୬ଟି ବଲରେ ୧୨୬ ରନ୍‌ର ଇନିଂସ୍‌ ଖେଳିବାରୁ ଏଭଳି ପଦନ୍ନୋତି ପାଇଛନ୍ତି।

ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ୫୨ ଓ ୭୯ ରନର ଇନିଂସ୍ ଖେଳିଥିବା କ୍ୱିଣ୍ଟନ ଡି କକ୍ ୪୯ତମ ସ୍ଥାନରୁ ଲମ୍ଫ ମାରି ୩୦ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ସ୍ପିନର ତାବରାଇଜ ସାମିସ କ୍ୟାରିୟର ବେଷ୍ଟ ୨୦ତମ ସ୍ଥାନରେ ରହିଥିବା ବେଳେ ଆନ୍ଦେଲ ଫେଲଖୁୱା ୭ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ବାଂଲାଦେଶ, ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ୭ଟି ୱିକେଟ୍‌ ନେଇଥିବା ମୁଜିବୁର ରେହମାନ ଟପ୍‌ ୧୦ରେ ନିଜର ସ୍ଥାନ ପକ୍କା କରିଛନ୍ତି।

ପୂର୍ବଭଳି ବ୍ୟାଟିଂ ରାଙ୍କର ୧ନଂ ସ୍ଥାନରେ ବାବର ଆଜମ ରହିଥିବା ବେଳେ ବୋଲିଂରେ ରସିଦ ଖାନ୍‌ ଶୀର୍ଷରେ ରହିଛନ୍ତି। ବ୍ୟାଟିଂ ରାଙ୍କର ଟପ୍‌ ଟେନ୍‌ରେ ଭାରତର ରୋହିତ ଶର୍ମା ଓ କେଏଲ ରାହୁଲ ଯଥାକ୍ରମେ ୯ ଓ ୧୦ ନଂ ସ୍ଥାନରେ ରହିଛନ୍ତି।

Related story