ଡାଲ୍‌ମା, ଶାଗ, ଛତୁ ଖାଇବେ ବିରାଟ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଟିମ୍‌। ଉଭୟ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ମେଫେୟାର୍ ଲାଗୁନରେ ରହିଛନ୍ତି। ଖେଳାଳିଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷା ଯିବାପାଇଁ ହୋଟେଲ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କୁ ତାଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷିବା ପାଇଁ ହୋଟେଲ୍‌ର ସେଫ୍‌ମାନେ […]

kohli

Ranjit Kumar Jena
  • Published: Thursday, 19 December 2019
  • , Updated: 19 December 2019, 09:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଟିମ୍‌। ଉଭୟ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ମେଫେୟାର୍ ଲାଗୁନରେ ରହିଛନ୍ତି।

ଖେଳାଳିଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷା ଯିବାପାଇଁ ହୋଟେଲ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କୁ ତାଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷିବା ପାଇଁ ହୋଟେଲ୍‌ର ସେଫ୍‌ମାନେ ମଧ୍ୟ ପୂରାପୂରି ପ୍ରସ୍ତୁତ।

ଲୋକାଲ୍‌ ଫ୍ୟୁଜନ୍‌ରେ ବିରାଟଙ୍କୁ କିଛି ପସନ୍ଦ ଆସିବ ବୋଲି ଏକ ପ୍ରଶ୍ନରେ ମେଫେୟାରର ଜଣେ ସେଫ୍‌ କହିଛନ୍ତି, ’ଶୁଣିବାକୁ ମିଳୁଛି ପୂର୍ବରୁ ବିରାଟ କୋହଲି ଆମିଷ ଖାଉଥିଲେ, ହେଲେ ଏବେ ସେ ନିରାମିଷ ହୋଇଯାଇଛନ୍ତି। ଯଦି ସେ(ବିରାଟ କୋହଲି) ନିରାମିଷ ଖାଇବା ପାଇଁ ପସନ୍ଦ କରିବେ ତେବେ ତାଙ୍କୁ ଆମେ ନିରାମିଷ ପରଷି ପାରିବୁ। ଏଥିରେ ଆମେ ମଶରୁମ୍, ଡାଲ୍‌ମା, ଭଜା, ଶାଗ ଭଜା ଇତ୍ୟାଦି ରହିଛି।’

ସେହିପରି ଖାଦ୍ୟକୁ ନେଇ ଟିମ୍‌ ଇଣ୍ଡିଆର ଅନ୍ୟ କ୍ରିକେଟରଙ୍କ କିଛି ଡିମାଣ୍ଡ୍‌ ରହିଛି କି ? ଏହି ପ୍ରଶ୍ନର ଉତ୍ତରରେ ସେଫ୍‌ ଜଣକ କହିଛନ୍ତି, ‘ଭାରତୀୟ ଖେଳାଳିମାନେ ବିଶେଷ କରି ବିରିୟାନୀ, କବାବ୍‌, ତନ୍ଦୁରି ଆଇଟମ୍‌ ସବୁ ପସନ୍ଦ କରନ୍ତି। ସୂଚନାଥାଉ କି, ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଇଣ୍ଡିଆ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ।

Related story