ରିଚାର୍ଡ୍ସଙ୍କ ଇଣ୍ଟରଭ୍ୟୁ ନେଲେ ବିରାଟ୍

ନର୍ଥ ସାଉଣ୍ଡ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକ୍ରମଣାତ୍ମକ ଖେଳ ଏବଂ ମନୋଭାବର ତୁଳନା ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କ ସହ କରାଯାଏ। ନିଜେ କୋହଲି ମଧ୍ୟ ସର୍ବଦା କୁହନ୍ତି ଯେ ସେ ରିଚାର୍ଡ୍ସଙ୍କର ବହୁତ ବଡ଼ ପ୍ରଶଂସକ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ କୋହଲି ନିଜ ଆଦର୍ଶ ରିଚାର୍ଡ୍ସଙ୍କ ସହ ସାକ୍ଷାତ କରିଛନ୍ତି। ବିସିସିଆଇ ଡଟ୍ ଟିଭି ପକ୍ଷରୁ ହୋଇଥିବା ଏହି ଆଲୋଚନାରେ କୋହଲି […]

VIRAT-AND-VIV

Ranjit Kumar Jena
  • Published: Thursday, 22 August 2019
  • , Updated: 22 August 2019, 05:29 PM IST

ନର୍ଥ ସାଉଣ୍ଡ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକ୍ରମଣାତ୍ମକ ଖେଳ ଏବଂ ମନୋଭାବର ତୁଳନା ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କ ସହ କରାଯାଏ। ନିଜେ କୋହଲି ମଧ୍ୟ ସର୍ବଦା କୁହନ୍ତି ଯେ ସେ ରିଚାର୍ଡ୍ସଙ୍କର ବହୁତ ବଡ଼ ପ୍ରଶଂସକ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ କୋହଲି ନିଜ ଆଦର୍ଶ ରିଚାର୍ଡ୍ସଙ୍କ ସହ ସାକ୍ଷାତ କରିଛନ୍ତି। ବିସିସିଆଇ ଡଟ୍ ଟିଭି ପକ୍ଷରୁ ହୋଇଥିବା ଏହି ଆଲୋଚନାରେ କୋହଲି ଆଙ୍କର୍ (ଉପସ୍ଥାପକ) ହୋଇଛନ୍ତି ଏବଂ ସେ ରିଚାର୍ଡ୍ସଙ୍କୁ ପ୍ରଶ୍ନ ପଚାରୁଛନ୍ତି।

୩୦ ବର୍ଷୀୟ ବିରାଟ୍ ଏହା ମଧ୍ୟରେ କିଛି ପ୍ରଶ୍ନ ପଚାରିଥିଲେ, ଯାହା ଦୀର୍ଘଦିନ ଧରି ତାଙ୍କ ମନ ଭିତରେ ଥିଲା। ରିଚାର୍ଡ୍ସ ୧୯୯୧ରେ ୧୫ହଜାର (୮୫୪୦ ଟେଷ୍ଟ ରନ୍ ଓ ୬୭୨୧ ଦିନିକିଆ ରନ୍)ରୁ ଅଧିକ ଅନ୍ତର୍ଜାତୀୟ ରନ୍ କରିବା ପରେ କ୍ରିକେଟକୁ ସନ୍ନ୍ୟାସ ନେଇଥିଲେ। ସେ ଏହି ଆଲୋଚନା ବେଳେ କୋହଲିଙ୍କୁ ବ୍ୟାଟିଂ କଳା ବିଷୟରେ କିଛି ଟିପ୍ସ ଦେଇଥିଲେ।

ଇଣ୍ଟରଭ୍ୟୁର କିଛି ଝଲକ
ବିରାଟ୍ କୋହଲି: ଆପଣ ଯେତେବେଳେ ଖେଳୁଥିଲେ, ସେତେବେଳେ ଆପଣଙ୍କୁ କିଭଳି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଥିଲା ଏବଂ ଆପଣଙ୍କ ଆତ୍ମବିଶ୍ୱାସ ପଛର ରହସ୍ୟ କ'ଣ?

ଭିଭିଆନ୍ ରିଚାର୍ଡ୍ସ: ମୋତେ ସର୍ବଦା ଲାଗେ ଯେ, ମୁଁ ଏହି ସ୍ତରର କ୍ରିକେଟ୍ ଖେଳିପାରିବି। ମୁଁ ସର୍ବଦା ନିଜକୁ ସର୍ବଶ୍ରେଷ୍ଠ ଭାବେ ବିବେଚିତ କରିବାକୁ ଚାହୁଁଥିଲି। ବର୍ତ୍ତମାନ ସେହିପରି ଉତ୍କଣ୍ଠା ମୁଁ ଆପଣଙ୍କ (ବିରାଟ୍) ଭିତରେ ଦେଖିବାକୁ ପାଉଛି। ଏପରିକି ଅନେକ ଲୋକେ କୁହନ୍ତି ଯେ, ଏହି କ୍ରିକେଟର ଜଣକ ଏତେ ରାଗୀ କ'ଣ ପାଇଁ?

ବିରାଟ୍ କୋହଲି: ମୁଁ ଯେବେବି ଆପଣଙ୍କ ଭିଡିଓ ଦେଖେ, ଆପଣ ସର୍ବଦା ଟୋପି ପିନ୍ଧି ମଇଦାନକୁ ଓହ୍ଲାନ୍ତି। ସେତେବେଳେ ହେଲମେଟ୍ ନଥିଲା। କିନ୍ତୁ ଯେତେବେଳେ ହେଲମେଟ୍ ଆସିଲା, ସେତେବେଳେ ବି ଆପଣ ଏହାର ବ୍ୟବହାର କରିନଥିଲେ। ମୁଁ ଜାଣିଛି ଯେ ସେହି ସମୟରେ ପିଚ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନଥିଲା। ତେବେ ସେହି ସମୟରେ ଆପଣଙ୍କ ମନରେ କ'ଣ ଚାଲିଥାଏ। ସେତେବେଳେ ବାଉନ୍ସରରୁ ରକ୍ଷା ପାଇବା ପାଇଁ ଉପାୟ ମଧ୍ୟ ନଥିଲା। ଏହା ସତ୍ତ୍ୱେ ଆପଣ ବୋଲରଙ୍କ ଉପରେ ଦବଦବା ବଜାୟ ରଖୁଥିଲେ। ଡ୍ରେସିଂ ରୁମରୁ ବାହାରି ପିଚ୍ ପର୍ଯ୍ୟନ୍ତ ଯିବା ସମୟରେ ଆପଣ କ'ଣ ଭାବନ୍ତି?

ଭିଭିଆନ୍ ରିଚାର୍ଡ୍ସ: ମୁଁ ସର୍ବଦା ଭାବେ ଯେ ମୁଁ ଜଣେ ପୁରୁଷ। ଏହା ଶୁଣି ଲୋକେ କହିପାରନ୍ତି ଯେ ମୁଁ ଅହଂକାରୀ। କିନ୍ତୁ ମୋତେ ସର୍ବଦା ଲାଗୁଥିଲା ଯେ ମୁଁ ଏଭଳି ଏକ ଖେଳରେ ଥିଲି, ଯାହାକୁ ମୁଁ ଭଲଭାବେ ଜାଣିଥିଲି। ମୁଁ ସର୍ବଦା ନିଜ ଉପରେ ଭରସା ଦେଖାଇଛି। ଯେତେବେଳେ ଆପଣ ଆହତ ହୁଅନ୍ତି, ସେତେବେଳେ ନିଜ ଉପରୁ ଭରସା ଉଠାଇବା ଠିକ୍ ନୁହେଁ। ମୁଁ ହେଲମେଟ୍ ପିନ୍ଧି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ମୋତେ ସାମାନ୍ୟ ଅସହଜ ଲାଗିଲା। ତେଣୁ ମୁଁ ମୋର ମେରୁନ୍ କ୍ୟାପ୍ ପିନ୍ଧି ଖେଳୁଥିଲି। ଏହାକୁ ପିନ୍ଧି ମୁଁ ନିଜକୁ ଗର୍ବିତ ମନେ କରୁଥିଲି। ମୋତେ ଲାଗୁଥିଲା ଯେ, ଆଘାତ ଲାଗିବା ଦ୍ୱାରା ମୁଁ ବଞ୍ଚିଯିବି।

ବିରାଟ୍ କୋହଲି: ମୋ ମତରେ ଆରମ୍ଭରୁ ବାଉନ୍ସରର ସାମ୍ନା କରିବା ଭଲ। ଏହାଦ୍ୱାରା ମୋତେ ପ୍ରେରଣା ମିଳେ। ଶରୀର ଯେତେବେଳେ ଯନ୍ତ୍ରଣା ପାଏ, ସେତେବେଳେ ଲାଗେ ଯେ ଆଗକୁ ଆଉ ଏମିତି ହେବା ଉଚିତ୍ ନୁହେଁ।

ଭିଭିଆନ୍ ରିଚାର୍ଡ୍ସ: ଏହା ଖେଳର ଏକ ଅଂଶ। ଆପଣ ଏଥିରୁ କେତେ ଶୀଘ୍ର ବାହାରି ପାରୁଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଚେଷ୍ଟ ଗାର୍ଡ ନଥିଲା। ଯଦି ଆମକୁ କିଛି ବି ଆଘାତ ଲାଗେ, ଆମକୁ ଖେଳର ଗୁରୁତ୍ୱ ଜଣାପଡ଼ୁଥିଲା

Related story