ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ, ରୋହିତଙ୍କୁ ବିଶ୍ରାମ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ବର୍ଷା ଯୋଗୁ ଏହି ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚରେ ଟିମ୍ ଇଣ୍ଡିଆର ନିୟମିତ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସାମିଲ୍ କରାଯାଇଛି। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ […]

indvswi

Ranjit Kumar Jena
  • Published: Tuesday, 06 August 2019
  • , Updated: 06 August 2019, 09:05 PM IST

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ବର୍ଷା ଯୋଗୁ ଏହି ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି।

ମ୍ୟାଚରେ ଟିମ୍ ଇଣ୍ଡିଆର ନିୟମିତ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସାମିଲ୍ କରାଯାଇଛି। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରାହୁଲ ଚହର୍ ଏବଂ ଖଲୀଲ ଅହମ୍ମଦଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ବର୍ଷା ଯୋଗୁ ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଟସ୍ ପଡ଼ିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ ଟିମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି।

ଭାରତ ଏକାଦଶ: ଲୋକେଶ ରାହୁଲ୍, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ରିଷଭ ପନ୍ତ, ମନିଷ ପାଣ୍ଡେ, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ଭୁବନେଶ୍ୱର କୁମାର, ରାହୁଲ୍ ଚହର୍, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍ ଏକାଦଶ: କାର୍ଲସ୍ ବ୍ରାଥୱେଟ୍, ଏଭିନ୍ ଲୁଇସ୍, କାଇରନ୍ ପୋଲାର୍ଡ, ନିକୋଲାସ ପୁରନ୍, ଶିମରନ୍ ହେଟମେୟର୍, ରୋଭମାନ୍ ପୋୱେଲ୍, ସୁନୀଲ ନାରିନ୍, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, ଫାବିଆନ୍ ଆଲେନ୍।

Related story