ନୂଆ ଟେଷ୍ଟ ଜର୍ସି ସହ ଫଟୋ ଉଠାଇଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ପ୍ରଦର୍ଶିତ ହୋଇଛି। ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିମାନେ ନାଁ ଓ ନମ୍ବର ଥିବା ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୧୮ ନମ୍ବର ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି। ବିରାଟ୍ ୧୮ ଅଗଷ୍ଟ, ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ […]

jersy

Ranjit Kumar Jena
  • Published: Wednesday, 21 August 2019
  • , Updated: 21 August 2019, 07:30 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ପ୍ରଦର୍ଶିତ ହୋଇଛି। ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିମାନେ ନାଁ ଓ ନମ୍ବର ଥିବା ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୧୮ ନମ୍ବର ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି। ବିରାଟ୍ ୧୮ ଅଗଷ୍ଟ, ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।

ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ତିନି ନମ୍ବର ଜର୍ସି ପିନ୍ଧିଛନ୍ତି। ବୋଲର ମହମ୍ମଦ ଶାମି ଓ କୁଲଦୀପ ଯାଦବ ଯଥାକ୍ରମେ ୧୧ ଓ ୨୧ ନମ୍ବର ଜର୍ସି ପରିଧାନ କରିଛନ୍ତି। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୨୫ ନମ୍ବର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୮ ନମ୍ବର, ପେସର ଈଶାନ୍ତ ଶର୍ମା ୯୭ ନମ୍ବର, ୱିକେଟକିପର ରିଷଭ ପନ୍ତ ୧୭ ଏବଂ ରୋହିତ୍ ଶର୍ମା ୪୫ ନମ୍ବର ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି। ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ୯୯ ନମ୍ବର ଜର୍ସି ପିନ୍ଧି ଫଟୋ ଉଠାଇଥିବା ବେଳେ ହନୁମା ବିହାରୀ ୪୪ନମ୍ବର ପିନ୍ଧିଛନ୍ତି।


ଆଇସିସି ଦ୍ୱାରା ନୂଆ ଟେଷ୍ଟ ଜର୍ସିର ଫର୍ମୂଲାକୁ ନେଇ କିଛି ଖେଳାଳି ବିରୋଧ କରିଥିଲେ। ଏହି ତାଲିକାରେ ପୂର୍ବତନ ଅଷ୍ଟ୍ରେଲୀୟ ପେସ୍ ବୋଲର ବ୍ରେଟ୍ ଲି', ପାକିସ୍ତାନର ଶୋଏବ ଅଖତର ଓ ଇଂଲଣ୍ଡର କେଭିନ୍ ପିଟରସନ୍ ଆଇସିସିର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ନାଁ ଓ ନମ୍ବର ଥିବା ନୂଆ ଜର୍ସି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଶେସ ସିରିଜରୁ ଆରମ୍ଭ ହୋଇଛି।

Related story