ଇଂଲଣ୍ଡରେ ୨୮ ବର୍ଷର ରେକର୍ଡ ଭାଙ୍ଗିଲେ ବିରାଟ

ନୂଆଦିଲ୍ଲୀ: ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ଖେଳାଯାଉଛି। ଗତକାଲି ଦ୍ୱିତୀୟ ଦିନରେ ଅଧିନାୟକ ବିରାଟ କୋହଲି ଭାରତୀୟ ଟିମ୍‌କୁ ଏକ ବଡ଼ ବିପର୍ଯ୍ୟୟରୁ ଉଦ୍ଧାର କରି ଦେଇଥିଲେ। ପ୍ରଥମ ପାଳିରେ ପୂରା ଦଳ ୨୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ କେବଳ ବିରାଟ ୧୪୯ ରନ୍ କରିଛନ୍ତି। ତାଙ୍କ ବ୍ୟତୀତ ଆଉ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ସେ ୨୨୫ ବଲ୍‌ରୁ ୨୨ଟି ଚୌକା ଓ ଗୋଟିଏ ଛକା ଜରିଆରେ […]

virat

Ordigital Desk
  • Published: Friday, 03 August 2018
  • , Updated: 03 August 2018, 03:03 PM IST

ନୂଆଦିଲ୍ଲୀ: ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ଖେଳାଯାଉଛି। ଗତକାଲି ଦ୍ୱିତୀୟ ଦିନରେ ଅଧିନାୟକ ବିରାଟ କୋହଲି ଭାରତୀୟ ଟିମ୍‌କୁ ଏକ ବଡ଼ ବିପର୍ଯ୍ୟୟରୁ ଉଦ୍ଧାର କରି ଦେଇଥିଲେ। ପ୍ରଥମ ପାଳିରେ ପୂରା ଦଳ ୨୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ କେବଳ ବିରାଟ ୧୪୯ ରନ୍ କରିଛନ୍ତି।

ତାଙ୍କ ବ୍ୟତୀତ ଆଉ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ସେ ୨୨୫ ବଲ୍‌ରୁ ୨୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୧୪୯ ରନ୍ ସଂଗ୍ରହ କରିଥିଲେ। ଟିମ୍‌କୁ ବିପର୍ଯ୍ୟୟରୁ ରକ୍ଷା କରିବା ସହିତ ବିରାଟ ନିଜ ନାଁରେ ବି ଏକ ରେକର୍ଡ କରି ନେଇଛନ୍ତି।

ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ଏହା ହେଉଛି ତାଙ୍କର ପ୍ରଥମ ଟେଷ୍ଟ୍‌ ଶତକ। ଏହା ସହିତ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଅଧିନାୟକ ଭାବେ ଆଝାରୁଦ୍ଦିନ ଇଂଲଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ପାଳିରେ ୧୨୧ ରନ୍ କରିଥିଲେ। ଗତକାଲି ପର୍ଯ୍ୟନ୍ତ ଏହା ଏକ ରେକର୍ଡ ଥିଲା। ୧୯୯୦ ମସିହାରେ ଲଡର୍ସରେ ସେ ଏହି ଶତକ ଅର୍ଜନ କରିଥିଲେ। ଅବଶ୍ୟ ଏହି ମ୍ୟାଚ୍‌ରେ ଭାରତ ୨୪୭ ରନ୍‌ରେ ହାରି ଯାଇଥିଲା।

ଇଂଲଣ୍ଡ ମାଟିରେ ଅଧିନାୟକ ଭାବେ ପ୍ରଥମ ପାଳିରେ ସର୍ବାଧିକ ରନ୍‌ କରି ଥିବା ଖେଳାଳି

-୨୦୧୮ରେ ବିରାଟ କୋହଲି: ୧୪୯ ରନ୍‌
-୧୯୯୦ରେ ମହମ୍ମଦ ଆଝାରୁଦ୍ଦିନ: ୧୨୧ ରନ୍‌

-୧୯୫୨ରେ ବିଜୟ ହଜାରେ: ୮୯ ରନ୍‌

-୧୯୭୧ରେ ଅଜିତ୍‌ ୱାଡେକର୍‌: ୮୫ ରନ୍‌

-୧୯୬୭ରେ ମନ୍‌ସୁର୍‌ ଅଲ୍ଲୀ ଖାନ୍‌ ପଟୌଦି ଲର୍ଡସ୍‌ ଟେଷ୍ଟର ପ୍ରଥମ ପାଳିରେ ୬୪ ରନ୍‌ ଏବଂ ଦ୍ୱିତୀୟ ପାଳିରେ ୧୪୮ ରନ୍‌।

Related story