ପୁଣି ଏକ ବିଶ୍ୱ ରେକର୍ଡ ଦ୍ୱାରଦେଶରେ ବିରାଟ: ଭାଙ୍ଗିବେ ରିକି ପଣ୍ଟିଂ ଓ ହେଡେନଙ୍କ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଟେଷ୍ଟ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୬ଶହରୁ ଅଧିକ ରନ୍‌ କରିବା ପରେ ବିରାଟ ଏହି ସଫଳତା ହାସଲ କରିଛନ୍ତି। ୮୯୩ ରେଟିଂ ପଏଣ୍ଟ ପାଇ ବିରାଟ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଷ୍ଟିଭ ସ୍ମିଥ ୯୩୮ ରେଟିଂ ପଏଣ୍ଟ ପାଇଛନ୍ତି। ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ୩ଟି ମ୍ୟାଚରୁ ୧୫୨ ଆଭେରେଜ୍‌ରେ ୬୧୦ରନ୍‌ ସଂଗ୍ରହ କରିଥିଲେ। […]

kohli-7593

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି ଟେଷ୍ଟ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୬ଶହରୁ ଅଧିକ ରନ୍‌ କରିବା ପରେ ବିରାଟ ଏହି ସଫଳତା ହାସଲ କରିଛନ୍ତି। ୮୯୩ ରେଟିଂ ପଏଣ୍ଟ ପାଇ ବିରାଟ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଷ୍ଟିଭ ସ୍ମିଥ ୯୩୮ ରେଟିଂ ପଏଣ୍ଟ ପାଇଛନ୍ତି।

ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ୩ଟି ମ୍ୟାଚରୁ ୧୫୨ ଆଭେରେଜ୍‌ରେ ୬୧୦ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ଭାରତୀୟ ଭାବେ ଚେତେଶ୍ୱର ପୂଜାରା ୮୭୩ ରେଟିଂ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ଅଛନ୍ତି।

ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ଏବଂ ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଅଛନ୍ତି।  ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ ଏହି ଫର୍ମାଟ୍‌ରେ ପ୍ରଥମ ସ୍ଥାନ ହାସଲ ପୁଣି ଏକ ରେକର୍ଡର ସମକକ୍ଷ ହେବେ। ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବଂ ପ୍ରାରମ୍ଭିକ ବ୍ୟାଟସ୍‌ମ୍ୟାନ୍‌ ମାଥ୍ୟୁ ହେଡେନ୍ ଏହି ବିଶ୍ୱ ରେକର୍ଡ କରିଥିଲେ।

 

Related story