କୋଲକାତା ଟେଷ୍ଟରେ ସାମି ଏମିତି କ’ଣ କରିସ୍ମା କଲେ, ଯାହା କୋହଲିଙ୍କୁ ନ ଥିଲା ଭରଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୋଲକାତାରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟରେ ଭାରତ ମାତ୍ର ୧୭୨ ରନରେ ଅଲଆଉଟ୍‌ ହୋଇଯାଇଛି। ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ସହଜରେ ଆଉଟ୍‌ ହେବାପରେ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନ୍‌ ଭଲ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ୧୭୨ ରନରେ ପହଞ୍ଚାଇଥିଲେ। ବିଶେଷ କରି ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା। ସାମି ୨୨ ବଲରୁ ୨୪ ରନର ଏକ ମୂଲ୍ୟବାନ ଇଂନିସ […]

front-pic_1510993673 (1)

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 10:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୋଲକାତାରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟରେ ଭାରତ ମାତ୍ର ୧୭୨ ରନରେ ଅଲଆଉଟ୍‌ ହୋଇଯାଇଛି। ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ସହଜରେ ଆଉଟ୍‌ ହେବାପରେ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନ୍‌ ଭଲ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ୧୭୨ ରନରେ ପହଞ୍ଚାଇଥିଲେ। ବିଶେଷ କରି ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା। ସାମି ୨୨ ବଲରୁ ୨୪ ରନର ଏକ ମୂଲ୍ୟବାନ ଇଂନିସ ଖେଳିଥିଲେ। ଏହି ରନ୍‌ ଭାରତପାଇଁ ଏଥିପାଇଁ ବହୁ ମୂଲ୍ୟବାନ। କାରଣ ଯେତେବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମାନ ଖାତା ଖୋଲି ନ ପାରି ଆଉଟ୍‌ ହୋଇଯାଉଛନ୍ତି ସେତେବେଳେ ସାମି ୨୪ ରନର ଏକ ପାଳି ଖେଳି ଟିମକୁ ୧୭୨ ରନରେ ପହଞ୍ଚାଇଛନ୍ତି। ଏହି ୨୪ ରନ ମଧ୍ୟରେ ସାମି ୩ଟି ଚୌକା ମଧ୍ୟ ମାରିଛନ୍ତି। ସାମିଙ୍କ ଏପରି ଇଂନିସ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଚକିତ କରିଛି। ଖାସ୍‌ କରି ଅଧିନାୟକ କୋହଲି ଆଶ୍ଚର୍ଯ୍ୟ ହୋଇଛନ୍ତି। ବିରାଟ ସାମିଙ୍କ ଖେଳ ଦେଖି ନିଜ ସିଟ୍‌ରୁ ଉଠି ତାଙ୍କୁ ସାବାସି ଦେଉଥିବାର ଦେଖିବାକୁ ମିଳିଛି।

Related story