ଧୋନିଙ୍କୁ ନେଇ ବିରାଟ କହିଲେ ଏମିତି କଥା

ମେଲବର୍ଣ୍ଣ: ଶୁକ୍ରବାର ମେଲବର୍ଣ୍ଣରେ ଖେଳା ଯାଇଥିବା ଶେଷ ଦିନିଆ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହା ସହିତ ଦଳ ୨-୧ରେ ସିରିଜ୍ ଜିତିଥିଲା। ଆଉ ଏହା ହେଉଛି ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ବିଜୟ। ଗତକାଲି ମ୍ୟାଚ୍‌କୁ ଜିତାଇବାରେ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୭ ରନ୍ କରିଥିବା ବେଳେ କେଦାର ୬୧ […]

dhonivirat

Jitendra Garnayak
  • Published: Saturday, 19 January 2019
  • , Updated: 19 January 2019, 10:13 AM IST

ମେଲବର୍ଣ୍ଣ: ଶୁକ୍ରବାର ମେଲବର୍ଣ୍ଣରେ ଖେଳା ଯାଇଥିବା ଶେଷ ଦିନିଆ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହା ସହିତ ଦଳ ୨-୧ରେ ସିରିଜ୍ ଜିତିଥିଲା। ଆଉ ଏହା ହେଉଛି ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ବିଜୟ।

ଗତକାଲି ମ୍ୟାଚ୍‌କୁ ଜିତାଇବାରେ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୭ ରନ୍ କରିଥିବା ବେଳେ କେଦାର ୬୧ ରନ୍ କରିଥିଲେ। ଧୋନିଙ୍କ ଏହି ଯୋଗଦାନକୁ ଖୁବ୍ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ଏହା ସହିତ ସେ ଧୋନିଙ୍କୁ ସମର୍ଥନ କରି ତାଙ୍କୁ ତାଙ୍କ ଷ୍ଟାଇଲ୍‌ରେ ଖେଳିବାକୁ ଦିଆଯିବା ଉଚିତ୍ ବୋଲି କହିଛନ୍ତି। କାରଣ ପ୍ରଥମ ମ୍ୟାଚ୍‌ରେ ଧୋନି ଧୀମା ଖେଳିବା ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।

ମ୍ୟାଚ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଥିଲେ, ଭାରତୀୟ କ୍ରିକେଟ୍‌ ପ୍ରତି ମହେନ୍ଦ୍ର ସିଂହ ଧୋନି ସବୁଠୁ ଅଧିକ ସମର୍ପିତ। ତାଙ୍କଠାରୁ ଅଧିକ ସମର୍ପିତ ଖେଳାଳି ଆଉ କେହି ନାହାନ୍ତି। ତେଣୁ ଲୋକେ ତାଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ। ତାଙ୍କୁ ତାଙ୍କ ଷ୍ଟାଇଲ୍‌ରେ ଖେଳିବାକୁ ଦିଆଯିବା ଉଚିତ୍। ଦେଶ ପାଇଁ ତାଙ୍କ ବହୁତ ଯୋଗଦାନ ରହିଛି।

ସେ ଆହୁରି କହିଥିଲେ, ଧୋନି କ’ଣ କରିବାକୁ ଚାହୁଁଛନ୍ତି, ତାହା ତାଙ୍କୁ ହିଁ ଭାବିବାକୁ ଦିଆଯିବା ଉଚିତ୍। ସେ ହେଉଛନ୍ତି ଅନ୍ୟତମ ଶ୍ରେଷ୍ଠ ବିଚକ୍ଷଣ କ୍ରିକେଟର। ସେ ସେହି ଲୋକଙ୍କ ଭଳି ନୁହଁନ୍ତି, ଯେଉଁମାନେ ଟିମ୍‌ର ଆବଶ୍ୟକତା କ’ଣ ଭଲ ଭାବେ ଜାଣି ନାହାନ୍ତି। ପୂରା ଟିମ୍ ତାଙ୍କ ଉପରେ ଖୁସି ଅଛି।

ଧୋନିଙ୍କ ପାଇଁ ୫ ନମ୍ବର ସ୍ଥାନ ଠିକ୍। ସେ ଏହି ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ ଟିମ୍ ପାଇଁ ଭଲ। ଅଷ୍ଟ୍ରେଲିଆ ସିରିଜ୍‌ରେ ଏହା ପ୍ରମାଣିତ ହୋଇଛି ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି।

ସେ କହିଛନ୍ତି, ୨୦୧୬ ମସିହାରେ ଧୋନି କିଛି ମ୍ୟାଚ୍‌ରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। କିନ୍ତୁ ତା’ପରେ ସେ ଟିମ୍ ପାଇଁ ୫ ଅବା ୬ ନମ୍ବରରେ ବ୍ୟାଟିଂ କରିବାକୁ ଭଲ ପାଉଛନ୍ତି। ଆମେ ଭାବୁଛୁ ନମ୍ବର ୫ ତାଙ୍କ ପାଇଁ ପୂରାପୂରି ଫିଟ୍‌।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଧୋନି ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ବି ସେ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ଗତକାଲି ତୃତୀୟ ମ୍ୟାଚ୍‌ରେ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।

Related story