୩୭ତମ ଜନ୍ମଦିନରେ ଅବସର ଘୋଷଣା କଲେ ସେହୱାଗ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଆଜି ତାଙ୍କର ୩୭ତମ ଜନ୍ମଦିନରେ ସେ ଏନେଇ କରିଛନ୍ତି ବିଧିବଦ୍ଧ ଏହି ଘୋଷଣା। ଆଜି ଦୁବାଇରୁ ଫେରିବା ପରେ ସେ ଏହି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍ ସହିତ ଆଇପିଏଲରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ସେହୱାଗ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସେ ଗତକାଲି ଦୁବାଇରେ ଆଭାସ ଦେଇଥିଲେ। ସେଠାରେ ଅବସରପ୍ରାପ୍ତ କ୍ରିକେଟରମାନଙ୍କୁ ନେଇ ନୂଆକରି  ଆରମ୍ଭ ହେଉଥିବା ମାଷ୍ଟରର୍ସ […]

Virender Sehwag

Rakesh Mallick
  • Published: Tuesday, 20 October 2015
  • , Updated: 20 October 2015, 11:31 AM IST

[embed]https://www.youtube.com/watch?v=cOQ-tzOmelI[/embed]

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଆଜି ତାଙ୍କର ୩୭ତମ ଜନ୍ମଦିନରେ ସେ ଏନେଇ କରିଛନ୍ତି ବିଧିବଦ୍ଧ ଏହି ଘୋଷଣା। ଆଜି ଦୁବାଇରୁ ଫେରିବା ପରେ ସେ ଏହି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍ ସହିତ ଆଇପିଏଲରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ସେହୱାଗ।

[embed]https://twitter.com/virendersehwag/status/656402033289904128?ref_src=twsrc%5Etfw[/embed]

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସେ ଗତକାଲି ଦୁବାଇରେ ଆଭାସ ଦେଇଥିଲେ। ସେଠାରେ ଅବସରପ୍ରାପ୍ତ କ୍ରିକେଟରମାନଙ୍କୁ ନେଇ ନୂଆକରି  ଆରମ୍ଭ ହେଉଥିବା ମାଷ୍ଟରର୍ସ ଚାମ୍ପିଅନ୍ସ ଲିଗ୍ ଆୟୋଜନ ସଂପକିୟତ ଏକ ବୈଠକରେ ଯୋଗ ଦେବା ଅବସରରେ ସେ ଟ୍ୱିଟ୍ କରି ଏଭଳି ଆଭାସ ଦେଇଥିଲେ।

[embed]https://twitter.com/virendersehwag/status/656403882696929280/photo/1[/embed]

ପ୍ରାୟ ଅଢ଼େଇ ବର୍ଷ ହେଲାଣି  ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିନଥିବା ସେହୱାଗ୍ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ମୋଟ ୧୭,୨୫୩ ରନ କରିଛନ୍ତି। ସେ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ ମ୍ୟାଚରେ ତ୍ରିଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ୨ ଥର ୩ଶହରୁ ଅଧିକ ରନ କରିଛନ୍ତି। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହେଉଛି ୩୧୯। ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ସ୍କୋର୍ କରିଥିଲେ। ତେବେ ପ୍ରଥମ ତ୍ରିଶତକ(୩୭୫ ବଲରୁ ୩୦୯ରନ)ଟି ସେ ମୁଲତାନରେ ପାକିସ୍ତାନ ବିପକ୍ଷରେ ହାସଲ କରିଥିଲେ।

ଏକଦା ବୋଲରଙ୍କୁ ଲୟ ପାଇବାକୁ ଦେଉ ନ ଥିବା ବୀରୁ ମୋଟ ୧୦୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ସଂଗ୍ରହ କରିଛନ୍ତି ୮,୫୮୬ ରନ୍। ଆଉ ଏହା ସହିତ ସେ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ୫ ନମ୍ବର ସ୍ଥାନରେ ରହିଛନ୍ତି। ସେହୱାଗ୍ ୨୫୧ଟି ଦିନିକିଆ ମ୍ୟାଚ୍ ଖେଳି ୮୨୭୩ ରନ୍ ସଂଗ୍ରହ କରିଛନ୍ତି। ୟା ମଧ୍ୟରେ ରହିଛି ୧୫ଟି ଶତକ। ଦିନିକିଆ ସେ ଏକ ଦ୍ୱିଶତକ(୨୧୯) ହାସଲ କରିଛନ୍ତି। ଏହା ସହିତ ଟେଷ୍ଟ ଓ ଦିନିକିଆରେ ଯଥାକ୍ରମେ ୪୦ ଓ ୯୬ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି। ସେ ୧୯ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରୁ ୩୯୪ ରନ ସଂଗ୍ରହ କରିଛନ୍ତି।

 ଏହି ସବୁ ରେକର୍ଡର ଅଧିକାରୀ ସେହୱାଗ ୧୯୯୯ରେ ଦିନିକିଆରେ ଡେବ୍ୟୁ କରିଥିଲେ। ଭାରତୀୟ ଦଳ ପାଇଁ ତାଙ୍କର ସବୁଠାରୁ ବଡ ଅବଦାନ ହେଉଛି ଟେଷ୍ଟରେ ଓପନିଂରେ ବ୍ୟାଟ୍ସମ୍ୟାମାନଙ୍କର ଅଭିମୁଖ୍ୟରେ ପରିବର୍ତ୍ତନ। ଟେଷ୍ଟ ଓପନିଂରେ ମଧ୍ୟ ସେ ଆଣାଇଥିଲେ ଆକ୍ରମଣାତ୍ମ କୌଶଳ। ୨୦୦୧ରେ ସେ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ୨୦୦୨ରେ ଲର୍ଡସରେ ତତକାଳୀନ ଭାରତୀୟ କୋଚ୍ ଜନ୍ ରାଇଟ ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ରିକ୍ସ ନେଇ ତାଙ୍କୁ ଓପନିଂରେ ଛାଡିଥିଲେ। ଆଉ ଏହି ପରୀକ୍ଷାରେ ସେ ପାସ ହୋଇଯାଇଥିଲେ। ପ୍ରଥମ ଇନିଂସରେ ୮୪ ରନ କରି ଭାରତୀୟ ଟେଷ୍ଟ ଟିମରେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ନିଜ ସ୍ଥାନ ପକ୍କା କରିଥିଲେ।

୨୦୦୩ ବିଶ୍ୱ କପରେ ଭାରତ ଫାଇନାଲ ଖେଳି ଥିବାବେଳେ ସେହୱାଗ ଏହାର ସଦସ୍ୟ ଥିଲେ। ସେହିପରି ୨୦୧୧ ବିଶ୍ୱ ବିଜୟୀ ଭାରତୀୟ ଟିମରେ ମଧ୍ୟ ସେ ସାମିଲ ଥିଲେ। ୨୦୦୭ରେ ଭାରତୀୟ ଦଳ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା। ସେହୱାଗ ମଧ୍ୟ ଏହି ଟିମର ଅଂଶ ବିଶେଷ ଥିଲେ।

୨୦୦୩ରୁ ୨୦୧୨ ମଧ୍ୟରେ  ସେହୱାଗ ୧୨ଟି ଦିନିକିଆ ଓ ୨୦୦୫ରୁ ୨୦୧୨ ମଧ୍ୟରେ ୪ଟି ଟେଷ୍ଟମ୍ୟାଚରେ ଅଧିନାୟକତ୍ୱ କରିଥିଲେ।

Related story