ମିଲାନରେ ମିଳନ, ଦିଲ୍ଲୀରେ ଦାୱତ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ବିରାଟ ଓ ଅନୁଷ୍କାଙ୍କ ରିସେପ୍ସନ୍ ପାର୍ଟି। ବିରୁଷ୍କାଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀରେ ରିସେପ୍ସନ୍ ପାର୍ଟି ଆୟୋଜନ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ନବ ବିବାହିତ ଦମ୍ପତ୍ତି ବିରାଟ ଓ ଅନୁଷ୍କା। ଗତକାଲି ସାରେ ଉଭୟ ପ୍ରଧାନମନ୍ତ୍ରୀଙ୍କ କାଯର୍ୟାଳୟକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଦମ୍ପତ୍ତି ଆଜିର ଭୋଜି ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଉଭୟଙ୍କୁ ବିବାହ ପାଇଁ ବଧାଇ ଜଣାଇବା ସହ ତାଜ୍ ପ୍ୟାଲେସରେ […]

virat-anushka-honeymoon-selfie-pakistan-photoshop-759-fb

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 08:39 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ବିରାଟ ଓ ଅନୁଷ୍କାଙ୍କ ରିସେପ୍ସନ୍ ପାର୍ଟି। ବିରୁଷ୍କାଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀରେ ରିସେପ୍ସନ୍ ପାର୍ଟି ଆୟୋଜନ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ନବ ବିବାହିତ ଦମ୍ପତ୍ତି ବିରାଟ ଓ ଅନୁଷ୍କା। ଗତକାଲି ସାରେ ଉଭୟ ପ୍ରଧାନମନ୍ତ୍ରୀଙ୍କ କାଯର୍ୟାଳୟକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଦମ୍ପତ୍ତି ଆଜିର ଭୋଜି ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଉଭୟଙ୍କୁ ବିବାହ ପାଇଁ ବଧାଇ ଜଣାଇବା ସହ ତାଜ୍ ପ୍ୟାଲେସରେ ଆୟୋଜିତ ଭୋଜି ଉତ୍ସବରେ ଯୋଗଦାନ ଲାଗି ସମ୍ମତ୍ତି ଜଣାଇଛନ୍ତି।

ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିରାଟ ଓ ଅନୁଷ୍କା ଗତ ୧୧ ତାରିଖରେ ପରସ୍ପରକୁ ବିବାହ କରିଥିଲେ। ଇଟାଲୀର ମିଲାନରେ ଉଭୟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ପରେ ଏହି ସେଲିବ୍ରିଟି ଯୋଡ଼ି କିଛିଦିନ ପାଇଁ ହନିମୁନ ଟ୍ରିପରେ ଯାଇଥିଲେ। ବିରୁଷ୍କାଙ୍କ ପକ୍ଷରୁ ଆଜି ନୂଆଦଲ୍ଲୀରେ ଏବଂ ୨୬ ତାରିଖରେ ମୁମ୍ବାଇରେ ଭୋଜି ଉତ୍ସବର ଆୟୋଜନ କରାଯାଇଛି।

https://www.youtube.com/watch?v=qZjgOJxvN8U

Related story