ୱାହାନ୍ ଓପନ୍ ସେମିରେ ସାନିଆ-ହିଙ୍ଗିସ୍ ଯୋଡି

ୱାହାନ୍: ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛନ୍ତି ଭାରତ-ସ୍ୱିସ୍ ଯୋଡି ସାନିଆ-ହିଙ୍ଗିସ । ଗୁରୁବାର ଏହି ଯୋଡି ୱାହାନ୍ ଓପନ୍ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡି ଆମେରିକାର ରାକ୍ୟୁଏଲ କୋପ୍ସ-ଜୋନ୍ସ ଓ ଆବିଗେଲ ସ୍ପିଅରଙ୍କୁ କ୍ୱାର୍ଟର ଫାଇନାଲରେ ୬-୨, ୬-୨ ସେଟରେ ପରାସ୍ତ କରିଛନ୍ତି। ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଭାରତ-ସ୍ୱିସ୍ ଯୋଡି କ୍ଲାଉଡିଏ-ଜାନ୍ସ-ଇଗ୍ନାଇକ୍ ଓ ଅନାଷ୍ଟାସିଆ ରୋଡିନୋଭା ଯୋଡିଙ୍କୁ ୬-୩, ୬-୨ ସେଟରେ ପରାସ୍ତ କରି ବିଦାୟର ରାସ୍ତା ଦେଖାଇ […]

sania-martina-celeb-win

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 05:53 PM IST

ୱାହାନ୍: ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛନ୍ତି ଭାରତ-ସ୍ୱିସ୍ ଯୋଡି ସାନିଆ-ହିଙ୍ଗିସ । ଗୁରୁବାର ଏହି ଯୋଡି ୱାହାନ୍ ଓପନ୍ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡି ଆମେରିକାର ରାକ୍ୟୁଏଲ କୋପ୍ସ-ଜୋନ୍ସ ଓ ଆବିଗେଲ ସ୍ପିଅରଙ୍କୁ କ୍ୱାର୍ଟର ଫାଇନାଲରେ ୬-୨, ୬-୨ ସେଟରେ ପରାସ୍ତ କରିଛନ୍ତି। ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଭାରତ-ସ୍ୱିସ୍ ଯୋଡି କ୍ଲାଉଡିଏ-ଜାନ୍ସ-ଇଗ୍ନାଇକ୍ ଓ ଅନାଷ୍ଟାସିଆ ରୋଡିନୋଭା ଯୋଡିଙ୍କୁ ୬-୩, ୬-୨ ସେଟରେ ପରାସ୍ତ କରି ବିଦାୟର ରାସ୍ତା ଦେଖାଇ ଦେଇଛନ୍ତି । ଏହି ଇଣ୍ଡୋ-ସ୍ୱିସ ଯୋଡି ଚଳିତବର୍ଷ ୱିମ୍ବଲଡନ୍ ଓ ୟୁଏସ ଓପନ ପରି ଗୁରୁତ୍ୱପୂର୍ଣ୍ଣ ଟ୍ରଫିକୁ ଜିତି ରେକର୍ଡ ସ୍ଥାପନ କରିଛନ୍ତି।

Related story