ୱିମ୍ବଲଡନ୍: ଆଗକୁ ବଢିଲେ ପେସ

ଲଣ୍ଡନ: ୱିମ୍ବଲଡନର ଚାମ୍ପିଅନସିପର ମିଶ୍ରିତ ଯୁଗଳ ବର୍ଗରେ ପ୍ରିକ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି ଲିଆଣ୍ଡର ପେସ ଓ ମାର୍ଟିନା ହିଙ୍ଗିସ୍। ଅନ୍ୟପକ୍ଷରେ ସ୍ପେନର ମାରିଆ ଜୋସ ମାର୍ଟିନେଜ ସାଞ୍ଚେଜଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ବର୍ଗରେ  ଖେଳୁଥିବା ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ରୋହନ ବୋପନ୍ନା ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି।

ସପ୍ତମ ସିଡର ପେସ ଓ ହେଙ୍ଗିସ ଫ୍ରାନ୍ସ ଯୋଡି ଇଡୋଉଆର୍ଡ, ରୋଜର ଭେସେଲିନ୍ ଓ ଆଲିଜ୍ କୋରନେଟଙ୍କୁ ୬-୪, ୬-୨ରେ ହରାଇ ପ୍ରି-କ୍ୱାଟର ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେମାନେ ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲୀୟ ଯୋଡି ଅରଟେସ ସିଟାକ୍ ଓ ଆନାଷ୍ଟିସିଆ ରୋଡିଓନୋଭୋଙ୍କୁ ଭେଟିବେ। ବୋପନ୍ନା ଓ ସାଞ୍ଚେଜ ୨-୬, ୪-୬ ସେଟରେ ରୋମାନିଆ ଓ ସ୍ଲୋଭେନିଆ ଯୋଡି ହୋରିଆ ଟେକାଉ ଓ କାଟାରିନା ସ୍ରେବୋତନିକଙ୍କ ଠାରୁ ହାରିଯାଇଛନ୍ତି।

ସୋମବାର ୱିମ୍ୱଲଡନ ଚାମ୍ପିଆନସିପର କ୍ୱାଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିବାକୁ ତିନିଜଣ ଭାରତୀୟ ଖେଳାଳି ଉଦ୍ୟମ କରିବେ।

ମହିଳା ଡବଲ୍ସର ତୃତୀୟ ରାଉଣ୍ଡରେ ଟପ ସିଡ୍ ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍ ୧୬ ତମ ସିଡର ସ୍ପେନ୍ ଯୋଡି ଆନାବେଲ ମେଡିନା ଓ ଆର୍ନାଟାକ୍ସା ପାରକୁ ଭେଟିବେ ସେହିପରି ପୁରୁଷ ଡବଲ୍ସରେ ୧୧ ତମ ସିଡର ପେସ ଓ ଡାନିଏଲ ନେଷ୍ଟର ଯୋଡି ଅଷ୍ଟ୍ରିଆ-ବ୍ରାଜିଲ୍ ଯୋଡି ଆଲେକଜାଣ୍ଡାର ପେୟା ଓ ବ୍ରୁନୋ ସୋଆରେସଙ୍କୁ ଭେଟିବେ ବୋପାନ୍ନା  ଓ ତାଙ୍କାର ରୋମାନିଆ ସାଥି ଫ୍ଲୋରିନ୍ ମାର୍ଜିଆ ପୋଲାଣ୍ଡ- ବେଲାରୁଷିଆ ଯୋଡି ଲୁକାସ୍ କୁ ବୋଟ ଓ ମାକ୍ସ ମିରନୀଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା