କମାଲ କରିଦେଲେ ୱାଶିଂଟନ ଓ ଶାର୍ଦ୍ଦୁଲ, ମାରିଲେ ଅର୍ଦ୍ଧଶତକ

ବ୍ରିସ୍‌ବେନ୍‌: ଭାରତର ପ୍ରଥମ ଇନିଂସରେ ଶାର୍ଦ୍ଦୁଳ ଠାକୁର ଓ ଡେବ୍ୟୁଟାଣ୍ଟ ୱାଶିଂଟନ ସୁନ୍ଦରଙ୍କ ସୁନ୍ଦର ବ୍ୟାଟିଂ ଦେଖିବାକୁ ମିଳିଛି। ଯାହା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ମାନେ କରିପାରିଲେ ନାହିଁ, ତାହା ଏହି ଦୁଇ ବୋଲର କରି ଦେଖାଇଛନ୍ତି। ଦୁହେଁ କ୍ରିଜ୍‌ରେ ଧୈର୍ଯ୍ୟର ସହ ରହି ଅଷ୍ଟ୍ରେଲିଆର ବୋଲରଙ୍କ ସମ୍ମୁଖୀନ ହେବା ସହ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି। ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଶହେ ରନ୍‌ର ପାର୍ଟନରଶିପ୍ ବି ହୋଇଛି। ଖବର ଲେଖାଯିବା ସୁଦ୍ଧା […]

ind

Jitendra Garnayak
  • Published: Sunday, 17 January 2021
  • , Updated: 17 January 2021, 02:36 PM IST

ବ୍ରିସ୍‌ବେନ୍‌: ଭାରତର ପ୍ରଥମ ଇନିଂସରେ ଶାର୍ଦ୍ଦୁଳ ଠାକୁର ଓ ଡେବ୍ୟୁଟାଣ୍ଟ ୱାଶିଂଟନ ସୁନ୍ଦରଙ୍କ ସୁନ୍ଦର ବ୍ୟାଟିଂ ଦେଖିବାକୁ ମିଳିଛି। ଯାହା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ମାନେ କରିପାରିଲେ ନାହିଁ, ତାହା ଏହି ଦୁଇ ବୋଲର କରି ଦେଖାଇଛନ୍ତି। ଦୁହେଁ କ୍ରିଜ୍‌ରେ ଧୈର୍ଯ୍ୟର ସହ ରହି ଅଷ୍ଟ୍ରେଲିଆର ବୋଲରଙ୍କ ସମ୍ମୁଖୀନ ହେବା ସହ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି। ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଶହେ ରନ୍‌ର ପାର୍ଟନରଶିପ୍ ବି ହୋଇଛି।

ଖବର ଲେଖାଯିବା ସୁଦ୍ଧା ଶାର୍ଦ୍ଦୁଲ ଠାକୁର ୧୧୫ ବଲ୍‌ରେ ୬୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ୱାଶିଂଟନ ସୁନ୍ଦର କ୍ରିଜ୍‌ରେ ଅଛନ୍ତି। ସେ ୧୨୬ ବଲ୍‌ରୁ ୫୪ ରନ୍ କରିଛନ୍ତି। ଡେବ୍ୟୁ ଟେଷ୍ଟରେ ହିଁ ୱାଶିଂଟନ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସହିତ ନବଦୀପ ସୈନୀ ଅଛନ୍ତି। ସେ ଖାତା ଖୋଲି ନାହାନ୍ତି।

ଅନ୍ୟପକ୍ଷରେ ଦଳୀୟ ସ୍କୋର ୩୦୯ରେ ପହଞ୍ଚିଯାଇଛି। ଏହା ସହିତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋର ଠାରୁ ଭାରତ ୬୦ ରନ୍ ପଛରେ ରହିଛି।

ଦଳ ପକ୍ଷରୁ ରୋହିତ ଶର୍ମା ୪୪ ରନ୍‌ କରିଥିବା ବେଳେ ଶୁବମନ ଗିଲ୍ ୭, ଚେତେଶ୍ୱର ପୂଜାରା ୨୫, ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୭, ମୟଙ୍କ ଅଗ୍ରୱାଲ୍ ୩୮ ଓ ଋଷଭ ପନ୍ତ ୨୩ ରନ୍ କରିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୯ ରନ୍ କରିଥିବା ବେଳେ ୱାଶିଂଟନ ଓ ଶାର୍ଦ୍ଦୁଳ ତିନୋଟି ଲେଖାଏ ୱିକେଟ୍ ନେଇଥିଲେ।

Related story