ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ୱାସିମ୍ ଆକ୍ରମ ଦେଲେ ଏମିତି ବାର୍ତ୍ତା

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଆସନ୍ତାକାଲି ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ଖେଳା ଯିବ। ଏଥିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ-ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍ ଦେଖିବାକୁ ଉଭୟ ଭାରତ ଓ ପାକିସ୍ତାନର କ୍ରିକେଟ୍ ପ୍ରେମୀମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ବସିଛନ୍ତି। ଆଉ ତା’ପୂର୍ବରୁ ପାକିସ୍ତାନର ଅନ୍ୟତମ ମହାନ ଖେଳାଳି ୱାସିମ୍ ଆକ୍ରମ ଉଭୟ ଦେଶର ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ। […]

wasim

Jitendra Garnayak
  • Published: Saturday, 15 June 2019
  • , Updated: 15 June 2019, 12:25 PM IST

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଆସନ୍ତାକାଲି ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ଖେଳା ଯିବ। ଏଥିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ-ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍ ଦେଖିବାକୁ ଉଭୟ ଭାରତ ଓ ପାକିସ୍ତାନର କ୍ରିକେଟ୍ ପ୍ରେମୀମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ବସିଛନ୍ତି। ଆଉ ତା’ପୂର୍ବରୁ ପାକିସ୍ତାନର ଅନ୍ୟତମ ମହାନ ଖେଳାଳି ୱାସିମ୍ ଆକ୍ରମ ଉଭୟ ଦେଶର ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି, ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ। କୋଟି କୋଟି ଲୋକ ଏହି ମ୍ୟାଚ୍ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଏହାଠାରୁ ଆଉ ବଡ଼ କଥା କ’ଣ ହୋଇପାରେ? ଏଥିରେ ଗୋଟିଏ ଦଳ ଜିତିବ ଓ ଆଉ ଗୋଟିଏ ଦଳ ହାରିବ। ତେଣୁ ଏହାକୁ କେହି ଯୁଦ୍ଧ ଭାବେ ନ ଦେଖି କେବଳ ଖେଳ ଭାବେ ଉପଭୋଗ କରନ୍ତୁ। ଯେଉଁମାନେ ଏହି ମ୍ୟାଚ୍‌କୁ ଯୁଦ୍ଧ ସହିତ ତୁଳନା କରୁଛନ୍ତି, ସେମାନେ ଆଦୌ କ୍ରିକେଟ୍ ଫ୍ୟାନ୍ ନୁହନ୍ତି। ତେଣୁ ଉତ୍ତେଜିତ ନ ହୋଇ ଆରାମରେ ମ୍ୟାଚ୍ ଉପଭୋଗ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି।

ବିଶ୍ୱକପ୍‌ରେ ଆଜି ଯାଏ କେବେ ବି ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରି ନାହିଁ। ବିଶ୍ୱକପ୍‌ରେ ଦୁଇ ଦେଶ ମୋଟ ୬ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁବେଳେ ଭାରତ ବାଜି ମାରି ନେଇଛି। ତେବେ ସବୁ ଦିଗ ପ୍ରତି ସଠିକ୍ ଧ୍ୟାନ ଦେଇ ପାରିଲେ ପାକିସ୍ତାନ ଆସନ୍ତାକାଲି ମ୍ୟାଚ୍ ଜିତି ପାରିବ ବୋଲି ଆଶା ରଖିଛନ୍ତି ୱାସିମ୍।

ସୂଚନାଯୋଗ୍ୟ, ୧୯୯୨, ୧୯୯୯ ଓ ୨୦୦୩ ବିଶ୍ୱକପ୍‌ରେ ୱାସିମ୍ ପାକିସ୍ତାନ ଟିମ୍‌ର ସଦସ୍ୟ ଥିଲେ। ସେତେବେଳେ ବି ତାଙ୍କ ଦଳ ଭାରତଠାରୁ ହାରିଥିଲା।

Related story