ଜାମିନ୍ ପାଇବା ପରେ ମୁହଁ ଖୋଲିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ସୁରେଶ ରାଇନା ବଡ଼ ସମସ୍ୟାରେ ଫସିଯାଇଛନ୍ତି। ଏକ କ୍ଲବରେ ପାର୍ଟି କରୁଥିବା ବେଳେ ରାଇନାଙ୍କ ସମେତ ୩୪ଜଣଙ୍କୁ ମୁମ୍ବାଇ ପୁଲିସ୍ ଗିରଫ କରିଥିଲା। ପରେ ରାଇନାଙ୍କୁ ଜାମିନ୍ ମିଳିଥିଲା। ଗିରଫଦାରୀକୁ ନେଇ ରାଇନା ମୁହଁ ଖୋଲିଛନ୍ତି। ରାଇନା ନିଜକୁ ନିର୍ଦ୍ଦୋଷ କହିବା ସହ ତାଙ୍କୁ ସମୟ ଓ ପ୍ରୋଟୋକଲ୍ ସମ୍ବନ୍ଧରେ ଅବଗତ ନଥିବା କହିଛନ୍ତି। ସୁରେଶ ରାଇନା ଓ ତାଙ୍କ ମିଡିଆ ଟିମ୍ ପକ୍ଷରୁ ଜାରି ରିଲିଜରେ କୁହାଯାଇଛି, ଦିଲ୍ଲୀ ପାଇଁ […]

raina

Ranjit Kumar Jena
  • Published: Tuesday, 22 December 2020
  • , Updated: 22 December 2020, 05:50 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ସୁରେଶ ରାଇନା ବଡ଼ ସମସ୍ୟାରେ ଫସିଯାଇଛନ୍ତି। ଏକ କ୍ଲବରେ ପାର୍ଟି କରୁଥିବା ବେଳେ ରାଇନାଙ୍କ ସମେତ ୩୪ଜଣଙ୍କୁ ମୁମ୍ବାଇ ପୁଲିସ୍ ଗିରଫ କରିଥିଲା। ପରେ ରାଇନାଙ୍କୁ ଜାମିନ୍ ମିଳିଥିଲା। ଗିରଫଦାରୀକୁ ନେଇ ରାଇନା ମୁହଁ ଖୋଲିଛନ୍ତି। ରାଇନା ନିଜକୁ ନିର୍ଦ୍ଦୋଷ କହିବା ସହ ତାଙ୍କୁ ସମୟ ଓ ପ୍ରୋଟୋକଲ୍ ସମ୍ବନ୍ଧରେ ଅବଗତ ନଥିବା କହିଛନ୍ତି।

ସୁରେଶ ରାଇନା ଓ ତାଙ୍କ ମିଡିଆ ଟିମ୍ ପକ୍ଷରୁ ଜାରି ରିଲିଜରେ କୁହାଯାଇଛି, ଦିଲ୍ଲୀ ପାଇଁ ଫ୍ଲାଇଟ୍ ଧରିବା ପୂର୍ବରୁ ରାଇନାଙ୍କୁ ତାଙ୍କର ଜଣେ ବନ୍ଧୁ କୁଇକ୍ (ଫଟାଫଟ୍) ଡିନର୍ ପାଇଁ ଆମନ୍ତ୍ରଣ କରିଥିଲେ। ତାଙ୍କୁ ସ୍ଥାନୀୟ ସମୟ ଓ ପ୍ରୋଟୋକଲ୍ ସମ୍ବନ୍ଧରେ ଜଣାନଥିଲା। ତେବେ ଏସବୁ ଉପରେ ଅବଗତ ହେବା ପରେ ସେ ତୁରନ୍ତ ସମସ୍ତ ପ୍ରକ୍ରିୟାକୁ ପାଳନ କରିଥିଲେ ଏବଂ ନିଜର ଏହି ଭୁଲ୍ ପାଇଁ ପଶ୍ଚାଚାପ ମଧ୍ୟ କରିଛନ୍ତି। ରିଲିଜରେ ଆହୁରି କୁହାଯାଇଛି, ରାଇନା ସର୍ବଦା ନିୟମର ଅନୁପାଳନ କରନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏ ସବୁ ନିୟମ ପାଳନ କରିବା ଜାରି ରଖିବେ।

ମିଡିଆ ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସ୍ ରାତି ସାଢ଼େ ୨ଟା ବେଳେ ଅନ୍ଧେରୀସ୍ଥିତ ଜେଡବ୍ଲ୍ୟୁ ମ୍ୟାରିୟଟ୍ ହୋଟେଲରେ ଡ୍ରାଗନଫ୍ଲାଇ କ୍ଲବରେ ପାର୍ଟି ଚାଲୁଥିବା ବେଳେ ରେଡ୍ କରିଥିଲା। ଏହି ପାର୍ଟିରେ ରାଇନାଙ୍କ ବ୍ୟତୀତ ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ଓ ସୁଜେନ୍ ଖାନଙ୍କୁ ଗିରଫ କରିଥିଲା। ପରେ ଏମାନଙ୍କୁ ଜାମିନ୍ ମିଳିଥିଲା। ତେବେ ପାର୍ଟି କରୁଥିବା ଆଉ କିଛି ଲୋକେ ପଳାୟନ କରିଥିଲେ।

ମୁମ୍ବାଇରେ କୋଭିଡ୍ ଓ ଲକଡାଉନ୍ ନିୟମ ଆଧାରରେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ପବ୍ ଖୋଲାଯାଇପାରିବ। କିନ୍ତୁ ଯେଉଁ ପବରେ ଏମାନେ ପାର୍ଟି କରୁଥିଲେ, ତାହା ସକାଳ ୪ଟା ପର୍ଯ୍ୟନ୍ତ ଖୋଲା ରହିଥିଲା। ମୁମ୍ବାଇ ପୁଲିସର ରେଡରେ ମୋଟ ୩୪ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ୭ଜଣ ହୋଟେଲ ଷ୍ଟାଫ୍ ସାମିଲ୍ ଅଛନ୍ତି। ପାର୍ଟିରେ କରୋନା ନିୟମର ଉଲ୍ଲଙ୍ଘନ କରାଯାଇଥିବା ଜଣାପଡ଼ିଛି।

Related story