ଗୀତ ଗାଇ ହୃଦୟ ଜିଣିଲେ ଧୋନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆର୍ମି ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି। ସେଠାରେ ସେ ଆର୍ମି ଡ୍ୟୁଟି ସହ ଅନ୍ୟ କାର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟ ଜିଣିଛନ୍ତି। କଶ୍ମୀରରେ ପ୍ରତିଦିନ ଧୋନିଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ତାଙ୍କୁ କେତେବେଳେ ଟେରିଟୋରିଆଲ୍ ଆର୍ମି ସହ ଭଲିବଲ୍ ଖେଳୁଥିବାର ଦେଖିବାକୁ ମିଳୁଛି ତ କେତେବେଳେ ଜୋତା ପଲିସ୍ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ତାଙ୍କର ଏଭଳି ଏକ ଭିଡିଓ […]

msd

Ranjit Kumar Jena
  • Published: Tuesday, 06 August 2019
  • , Updated: 06 August 2019, 05:38 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆର୍ମି ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି। ସେଠାରେ ସେ ଆର୍ମି ଡ୍ୟୁଟି ସହ ଅନ୍ୟ କାର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟ ଜିଣିଛନ୍ତି।

କଶ୍ମୀରରେ ପ୍ରତିଦିନ ଧୋନିଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ତାଙ୍କୁ କେତେବେଳେ ଟେରିଟୋରିଆଲ୍ ଆର୍ମି ସହ ଭଲିବଲ୍ ଖେଳୁଥିବାର ଦେଖିବାକୁ ମିଳୁଛି ତ କେତେବେଳେ ଜୋତା ପଲିସ୍ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ତାଙ୍କର ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଗୀତ ଗାଉଛନ୍ତି।

ଭିଡିଓରେ ଧୋନି ଆର୍ମି ୟୁନିଫର୍ମ ପିନ୍ଧିଛନ୍ତି ଏବଂ ଏହାସହ ପ୍ରସିଦ୍ଧା ଗାୟକ ମୁକେଶଙ୍କ ଗୀତ 'ମୈ ପଲ୍ ଦୋ ପଲ୍ କା ଶାୟର ହୁଁ' ଗାଉଥିବାର ଦେଖିବାକୁ ମିଳିଛି। ଧୋନି ଟେରିଟୋରିଆଲ୍ ଆର୍ମିରେ କାମ କରିବା ପାଇଁ କ୍ରିକେଟରୁ ଦୁଇମାସ ବ୍ରେକ୍ ନେଇଛନ୍ତି।

ସେ ଜୁଲାଇ ୩୧ ତାରିଖରେ କାର୍ଯ୍ୟ ସମ୍ଭାଳିଥିଲେ ଏବଂ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନିଜ ବାଟାଲିୟନ୍ ସହ ରହିବେ। ଏହା ମଧ୍ୟରେ ସେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି ଏବଂ ଟ୍ରୁପ୍ସ କରିବେ। ୨୦୧୧ରେ ସେନା ସହ ଯୋଡ଼ି ହୋଇଥିବା ଧୋନି ଟ୍ରେନିଂ କ୍ୟାମ୍ପରେ ସେନା ବିମାନ ଦ୍ୱାରା ପାରାଚ୍ୟୁଟ୍ ଜମ୍ପ ମାରି କ୍ୱାଲିଫାଏ ପାରାଚ୍ୟୁଟର୍ ମଧ୍ୟ ହୋଇଥିଲେ।

Related story