ଦିନିକିଆ ସିରିଜ୍ ପାଇଁ ଇଣ୍ଡିଜ୍ କ୍ୟାପଟେନ୍ ପୋଲାର୍ଡଙ୍କ ଖାସ୍ ରଣନୀତି

ଚେନ୍ନାଇ: ଶନିବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟିମର ପ୍ରସ୍ତୁତି ସମ୍ବନ୍ଧରେ କହିଛନ୍ତି। ପୋଲାର୍ଡ କହିଛନ୍ତି, ବର୍ତ୍ତମାନ ଆମେ ଏକ ‘ମିଶନ’ରେ ଅଛୁ ଏବଂ ୫୦ ଓଭର୍ କ୍ରିକେଟରେ କେଉଁ ରଣନୀତି ଆପଣାଯିବ, ତାହା ଆମକୁ ଭଲଭାବେ ଜଣା। ହୁଏତ ଆମକୁ ଫଳାଫଳ ତୁରନ୍ତି ମିଳିନପାରେ। ଆଫଗାନିସ୍ତାନ ବିପକ୍ଷ ସିରିଜ୍ ଭଲ ରହିଥିଲା। ଏବେ ଆମେ ଭାରତ ଭଳି […]

pollard

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 08:54 PM IST

ଚେନ୍ନାଇ: ଶନିବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟିମର ପ୍ରସ୍ତୁତି ସମ୍ବନ୍ଧରେ କହିଛନ୍ତି। ପୋଲାର୍ଡ କହିଛନ୍ତି, ବର୍ତ୍ତମାନ ଆମେ ଏକ 'ମିଶନ'ରେ ଅଛୁ ଏବଂ ୫୦ ଓଭର୍ କ୍ରିକେଟରେ କେଉଁ ରଣନୀତି ଆପଣାଯିବ, ତାହା ଆମକୁ ଭଲଭାବେ ଜଣା। ହୁଏତ ଆମକୁ ଫଳାଫଳ ତୁରନ୍ତି ମିଳିନପାରେ। ଆଫଗାନିସ୍ତାନ ବିପକ୍ଷ ସିରିଜ୍ ଭଲ ରହିଥିଲା। ଏବେ ଆମେ ଭାରତ ଭଳି ମଜଭୁତ୍ ଟିମ୍ ବିପକ୍ଷରେ ଖେଳିବାକୁ ଯାଉଛୁ।"

ମଝି ଓଭର୍ ଗୁଡ଼ିକରେ ଖରାପ ପ୍ରଦର୍ଶନ ୱେଷ୍ଟଇଣ୍ଡିଜ୍ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହୋଇ ରହିଛି। ଏହାକୁ ନେଇ ପୋଲାର୍ଡ କହିଛନ୍ତି, ମଝି ଓଭର ଗୁଡ଼ିକରେ କିପରି ଖେଳିବାକୁ ପଡ଼ିବ, ତାହା ଉପରେ ଆମେ ଚର୍ଚ୍ଚା କରିଛୁ। ଏଥିପାଇଁ ଆମର କ'ଣ ରଣନୀତି ରହିଛି, ତାହାର ଖୁଲାସା କରିବୁ ନାହିଁ। ସବୁ ଖେଳାଳି ନିଜ ନିଜର ଭୂମିକା ଓ ଦାୟିତ୍ୱ ଉପରେ ଅବଗତ ଅଛନ୍ତି। ଏବେ କେବଳ ଏହାକୁ ପରିଣାମ ଦେବା ଉପରେ ନିର୍ଭର କରେ।

ରୋଷ୍ଟନ ଚେଜଙ୍କ ସାମିଲ୍ ଦ୍ୱାରା ଟିମ୍ ଅଧିକ ସନ୍ତୁଳିତ ହୋଇଛି। ସେ (ଚେଜ୍‌) ଟେଷ୍ଟ କ୍ରିକେଟରେ ମିଡିଲ୍ ଅର୍ଡରରେ ବ୍ୟାଟିଂ କରନ୍ତି ଏବଂ ତାଙ୍କ ନାଁରେ କିଛି ଶତକ ମଧ୍ୟ ରହିଛି। ଏହାଛଡ଼ା ତାଙ୍କ ପାଖରେ ଉନ୍ନତ ସ୍ପିନ୍ ବୋଲିଂ କରିବାର ଦକ୍ଷତା ମଧ୍ୟ ରହିଛି। ତେଣୁ ତାଙ୍କ ଉପସ୍ଥିତି ଆମ ପାଇଁ ନିଶ୍ଚିତ ଲାଭଦାୟକ ହେବ। କେବଳ ଚେଜ୍ ନୁହନ୍ତି, ବାକି ଖେଳାଳିଙ୍କ ପାଖରେ ମଧ୍ୟ ମ୍ୟାଚ୍ ଜିତାଇବାର କ୍ୱାଲିଟି ରହିଥିବା ପୋଲାର୍ଡ କହିଛନ୍ତି।

Related story