ୱିମ୍ବଲଡନ୍: ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ସାନିଆ-ହିଙ୍ଗିସ୍

ୱିମ୍ବଲଡନ୍: ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍ ଶନିବାର ୱିମ୍ବଲଡନ୍ ମହିଳା ଡବଲ୍ସର ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଜାପାନୀ-ଇଟାଲୀୟ ଯୋଡ଼ି କିମିକୋ ଡାଟେ ଓ ଫ୍ରାନସେସ୍କା ସିଆଭୋନେଙ୍କୁ ୬-୦, ୬-୧ ସେଟରେ ହରାଇ ସାନିଆ ଓ ହିଙ୍ଗିସ୍ ପହଞ୍ଚି ଯାଇଛନ୍ତି। ଏହି ଟପ୍ ସିଡ୍ ଯୋଡ଼ି ମାତ୍ର ୪୫ ମିନିଟରେ ମ୍ୟାଚକୁ ଜିତି ଯାଇଥିଲେ। ଆରମ୍ଭରୁ ହିଁ  ଡାଟେ ଓ ସିଆଭୋନେଙ୍କ ଉପରେ ଭାରି ପଡ଼ିଥିଲେ ଏହି ଯୋଡ଼ି। ପ୍ରଥମ ରାଉଣ୍ଡରେ ସାନିଆ […]

saniahingis

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 12:35 PM IST

ୱିମ୍ବଲଡନ୍: ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍ ଶନିବାର ୱିମ୍ବଲଡନ୍ ମହିଳା ଡବଲ୍ସର ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଜାପାନୀ-ଇଟାଲୀୟ ଯୋଡ଼ି କିମିକୋ ଡାଟେ ଓ ଫ୍ରାନସେସ୍କା ସିଆଭୋନେଙ୍କୁ ୬-୦, ୬-୧ ସେଟରେ ହରାଇ ସାନିଆ ଓ ହିଙ୍ଗିସ୍ ପହଞ୍ଚି ଯାଇଛନ୍ତି। ଏହି ଟପ୍ ସିଡ୍ ଯୋଡ଼ି ମାତ୍ର ୪୫ ମିନିଟରେ ମ୍ୟାଚକୁ ଜିତି ଯାଇଥିଲେ। ଆରମ୍ଭରୁ ହିଁ  ଡାଟେ ଓ ସିଆଭୋନେଙ୍କ ଉପରେ ଭାରି ପଡ଼ିଥିଲେ ଏହି ଯୋଡ଼ି।

ପ୍ରଥମ ରାଉଣ୍ଡରେ ସାନିଆ ଓ ହିଙ୍ଗିସ୍ ଯୋଡ଼ି କାଜକାସ୍ତାନ-ଚୀନ ଯୋଡ଼ି ଜାରିନା ଦିୟା ଓ ଝେଙ୍ଗ ସାଇସାଇଙ୍କୁ ୬-୨,୬-୨ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ୱିମ୍ବଲଡନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ସାନିଆ ମୀର୍ଜା ମହିଲା ଡବଲ୍ସରେ ଶୀର୍ଷ ସ୍ଥାନ ମାନ୍ୟତା ପାଇଛନ୍ତି। ଆଉ ଏଭଳି ଗୌରବ ପାଇବାରେ ସେ ବନିଯାଇଛନ୍ତି ଭାରତର ପ୍ରଥମ ମହିଳା ଟେନିସ୍ ଖେଳାଳି।

Related story