ୱିମ୍ବଲଡନ: କ୍ୱାର୍ଟର ଫାଇନାଲରେ ସାନିଆ-ହିଙ୍ଗିସ ଯୋଡି

ଲଣ୍ଡନ: ଭାରତ-ସ୍ୱିସ ଯୋଡି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ସୋମବାର ୱିମ୍ବଲଡନର ମହିଳା ଡବଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟପ ସିଡ ଯୋଡି  ୧୬ତମ ସିଡର ଆନାବେଲ ମେଡିନା ଗାରିଗୁସ ଓ ଆରାନଟକ୍ସା ପାରା ସାନ୍ତୋଜାଙ୍କୁ ୬-୪,୬-୩ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ ଜିତିବାକୁ ସାନିଆ-ହିଙ୍ଗିସ ଯୋଡି ମାତ୍ର ୧ ଘଣ୍ଟା ୭ ମିନିଟ ସମୟ ନେଇଥିଲେ। ମ୍ୟାଚ ପ୍ରଥମରୁ ହିଁ ଆନାବେଲ ଓ ଆରାନଟକ୍ସା ଯୋଡି ଉପରେ ଭାରି ପଡିଥିଲେ।