ୱିମ୍ବଲଡନ: କ୍ୱାର୍ଟର ଫାଇନାଲରେ ପେସ-ହିଙ୍ଗିସ୍

ଲଣ୍ଡନ: ୱିମ୍ବଲଡନ ମିକ୍ସଡ୍ ଡବ୍ଲସ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଲିଆଣ୍ଡର ପେସ୍ ଓ ସ୍ୱିଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସ୍। ମଙ୍ଗଳବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅରଟିମ୍  ସିଟାକ ଓ ଅଷ୍ଟ୍ରେଲିଆର ଆନାଷ୍ଟାସିଆ ରୋଡିଓନୋଭା ଯୋଡିକୁ ୬-୨,୬-୨ସେଟରେ ପରାଜିତ କରିଛନ୍ତି ଏହି ଦୁଇ ସଫଳ ଯୋଡି। ସପ୍ତମ ସିଡରେ ମାତ୍ର ୪୮ ମିନିଟରେ କିୱି-ଅଷ୍ଟ୍ରେଲିଆନ୍ ଯୋଡି ଉପରେ ଭାରିପଡିଥିଲା ଭାରତ-ସ୍ୱିସ ଯୋଡି।

ପ୍ରଥମ ଟିମ ଭାବେ ଗତ ୮ଟି ବର୍ଥରେ ଏହି ଯୋଡି ସଫଳତାର ସହ ବିଜୟୀ ହୋଇଛନ୍ତି।