ଇଂଲଣ୍ଡ ଟୁର୍ ପାଇଁ ଶହେ ପ୍ରତିଶତ ଫିଟ୍ ବିରାଟ: କହିଲେ ବିପକ୍ଷ ଟିମ୍‌କୁ ରୋକିବାକୁ ଭାରତୀୟ ବୋଲର୍‌ ସକ୍ଷମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଟୁର୍ ପାଇଁ ନିଜକୁ ଶହେ ପ୍ରତିଶତ ଫିଟ୍ ବୋଲି ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି। ଆଇପିଏଲର ଶେଷ ଆଡ଼କୁ ସେ ଫିଲ୍ଡିଂ ବେଳେ ବେକରେ ଆଘାତ ପାଇଥିଲେ। ଏହି କାରଣରୁ ସେ କାଉଣ୍ଟି କ୍ରିକେଟ ଖେଳି ପାରିନଥିଲେ। ତେବେ ବର୍ତ୍ତମାନ ସେ ପୁରା ଶହେ ପ୍ରତିଶତ ଫିଟ୍ ଅଛନ୍ତି ଏବଂ ଇଂଲଣ୍ଡରେ ଭଲ ପ୍ରଦର୍ଶନ ପାଇଁ ବେଶ୍ ଆଶାବାଦୀ ଅଛନ୍ତି। ୨୦୧୪ ଟେଷ୍ଟ ସିରିଜ ଅତୀତ ହୋଇ ଗଲାଣି […]

viratkohli-keyH--621x414@LiveMint

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଟୁର୍ ପାଇଁ ନିଜକୁ ଶହେ ପ୍ରତିଶତ ଫିଟ୍ ବୋଲି ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି। ଆଇପିଏଲର ଶେଷ ଆଡ଼କୁ ସେ ଫିଲ୍ଡିଂ ବେଳେ ବେକରେ ଆଘାତ ପାଇଥିଲେ। ଏହି କାରଣରୁ ସେ କାଉଣ୍ଟି କ୍ରିକେଟ ଖେଳି ପାରିନଥିଲେ। ତେବେ ବର୍ତ୍ତମାନ ସେ ପୁରା ଶହେ ପ୍ରତିଶତ ଫିଟ୍ ଅଛନ୍ତି ଏବଂ ଇଂଲଣ୍ଡରେ ଭଲ ପ୍ରଦର୍ଶନ ପାଇଁ ବେଶ୍ ଆଶାବାଦୀ ଅଛନ୍ତି। ୨୦୧୪ ଟେଷ୍ଟ ସିରିଜ ଅତୀତ ହୋଇ ଗଲାଣି ବୋଲି ସେ ଇଂଲଣ୍ଡକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। କୋଚ୍ ରବି ଶାସ୍ତ୍ରୀ ମଧ୍ୟ କହିଛନ୍ତି, ବିପକ୍ଷ ଦଳକୁ ଦେଖି ରଣନୀତି ବାରମ୍ବାର ବଦଳେ ନାହିଁ। ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ ଓ କୋଚ୍ ଏହା କହିଛନ୍ତି। ଇଂଲଣ୍ଡ ସହିତ ସିରିଜ ଆରମ୍ଭ ହେବା ଆଗରୁ ଆୟରଲାଣ୍ଡ ସହିତ ୨ଟି ଟି-ଟ୍ୱେଣ୍ଟି ଖେଳିବ ଟିମ୍ ଇଣ୍ଡିଆ।

Related story