ତୃତୀୟ ଅନଅଫିସିଆଲ୍ ଟେଷ୍ଟ: ଭାରତ-ଏ ପ୍ରଥମ ଇନିଂସରେ ଆଗୁଆ

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଭାରତ-ଏ’ର ୨୦୧ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍-ଏ ପ୍ରଥମ ଇନିଂସରେ ୧୯୪ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଭାରତ-ଏ ୭ ରନରେ ଆଗୁଆ ରହିଛି। ଘରୋଇ ଟିମର ବ୍ୟାଟ୍ସମ୍ୟାନ୍ ଭାରତ-ଏ’ର ସ୍ପିନର କ୍ରିଷ୍ଣାପ୍ପା ଗୌତମଙ୍କୁ ସାମ୍ନା କରିନପାରିନଥିଲେ। ଦ୍ୱିତୀୟ ଦିବସରେ ୱେଷ୍ଟଇଣ୍ଡିଜ୍-ଏ ତା’ର ପୂର୍ବଦିନର ସ୍କୋର ୨୩/୧ରୁ ଖେଳ ଆରମ୍ଭ କରିଥିଲା। […]

gautham

gautham

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 06:54 PM IST

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଭାରତ-ଏ'ର ୨୦୧ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍-ଏ ପ୍ରଥମ ଇନିଂସରେ ୧୯୪ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଭାରତ-ଏ ୭ ରନରେ ଆଗୁଆ ରହିଛି। ଘରୋଇ ଟିମର ବ୍ୟାଟ୍ସମ୍ୟାନ୍ ଭାରତ-ଏ'ର ସ୍ପିନର କ୍ରିଷ୍ଣାପ୍ପା ଗୌତମଙ୍କୁ ସାମ୍ନା କରିନପାରିନଥିଲେ।

ଦ୍ୱିତୀୟ ଦିବସରେ ୱେଷ୍ଟଇଣ୍ଡିଜ୍-ଏ ତା'ର ପୂର୍ବଦିନର ସ୍କୋର ୨୩/୧ରୁ ଖେଳ ଆରମ୍ଭ କରିଥିଲା। ତେବେ ଆରମ୍ଭରୁ ଟିମ୍ ଲଗାତାର ଦୁଇଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅକିମ୍ ଫ୍ରେଜର୍ ମାତ୍ର ୧ ରନ୍ କରି ଉମେଶ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବ୍ରେଣ୍ଡନ୍ କିଙ୍ଗ୍ (୮)ଙ୍କୁ ମଧ୍ୟ ଉମେଶ ପ୍ୟାଭିଲିୟନ୍ ପଠାଇଥିଲେ।

ଓପନିଂ ବ୍ୟାଟ୍ସମ୍ୟାନ୍ ଜେରେମୀ ସୋଲୋଜାନୋ ଓ ସୁନୀଲ ଅମ୍ବ୍ରିସ୍ ଚତୁର୍ଥ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଅମ୍ବ୍ରିସ (୪୩)ଙ୍କୁ ଶିବମ ଦୁବେ ଏଲବିଡବ୍ଲ୍ୟୁ କରିଥିଲେ। ଏହା ପରେ ସୋଲୋଜାନୋ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ଲଗାତାର ୱିକେଟ୍ ପତନ ଯୋଗୁ ୱେଷ୍ଟଇଣ୍ଡିଜ୍-ଏ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।

ସୋଲୋଜାନୋ ୬୯ (୭ ଚୌକା) ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜର୍ମେନ୍ ବ୍ଲାକଉଡ୍ ୨୨, କ୍ୟାପଟେନ୍ ଜାମାର୍ ହାମିଲଟନ୍ ୯, ୟାନିକ୍ କାରିଆ ୧୭ ଓ ରେମନ୍ ରିଫର୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଭାରତ-ଏ'ର ସଫଳ ବୋଲର ଭାବେ ଗୌତମ ୬୭ ରନ୍ ଦେଇ ୬ଟି, ଉମେଶ ୨ଟି, ଅଭେଶ ଖାନ୍ ଓ ଶିବମ ଦୁବେ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଭାରତ-ଏ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୩ ରନ୍ କରିଛି। ପ୍ରିୟଙ୍କ ପାଞ୍ଚାଲ୍ (୩), ଅଭିମନ୍ୟୁ ଈଶ୍ୱରନ୍ (୬) ଓ ମୟଙ୍କ ଅଗ୍ରୱାଲ୍ (୫) ଦୁଇଅଙ୍କ ଛୁଇଁପାରିନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶାହାବାଜ ନଦୀମ ୫ ଓ ଶୁବମାନ୍ ଗିଲ୍ ୨ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍-ଏ ପକ୍ଷରୁ ଚେମାର ହୋଲ୍ଡର୍ ୨ଟି ଓ କମିନ୍ସ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story