ପ୍ରଥମ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ବ୍ରିଜଟାଉନ୍‌: ଅଲଜାରୀ ଜୋସେଫଙ୍କ ଆକର୍ଷଣୀୟ ବୋଲିଂ ସାଙ୍ଗକୁ ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସଙ୍କ ଦମଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ୍ ୪୬.୧ ଓଭରରେ ୧୮୦ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଲୋର୍କାନ୍ ଟକର୍ ସର୍ବାଧିକ ୩୧ ରନ୍ କରିଥିବା ବେଳେ ମାର୍କ ଆଡେର୍ ୨୯ […]

wi

Ranjit Kumar Jena
  • Published: Wednesday, 08 January 2020
  • , Updated: 08 January 2020, 08:18 PM IST

ବ୍ରିଜଟାଉନ୍‌: ଅଲଜାରୀ ଜୋସେଫଙ୍କ ଆକର୍ଷଣୀୟ ବୋଲିଂ ସାଙ୍ଗକୁ ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସଙ୍କ ଦମଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ୍ ୪୬.୧ ଓଭରରେ ୧୮୦ ରନ୍ କରି ଅଲଆଉଟ୍ ହୋଇଥିଲା।

ଦଳ ପକ୍ଷରୁ ଲୋର୍କାନ୍ ଟକର୍ ସର୍ବାଧିକ ୩୧ ରନ୍ କରିଥିବା ବେଳେ ମାର୍କ ଆଡେର୍ ୨୯ ରନ୍‌, ଗ୍ୟାରେଥ ଡେଲାନୀ ୧୯, କ୍ୟାପଟେନ୍ ଆଣ୍ଡି ବାଲବିର୍ନୀ ୧୬, ୱିଲିୟମ୍ ପୋର୍ଟରଫିଲ୍ଡ ୧୫, ପଲ୍ ଷ୍ଟର୍ଲିଙ୍ଗ୍ ୧୫ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜର ସଫଳ ବୋଲର ଭାବେ ଜୋସେଫ୍ ୩୨ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଶେଲଡନ୍ କଟ୍ଟରେଲ୍ ଓ ହେଡେନ୍ ୱାଲ୍ସ ୨ଟି ଲେଖାଏ ୱିକେଟ୍ ପାଇଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୩୩.୨ ଓଭରରେ ୫ ୱିକେଟ୍ ହରାଇ ୧୮୪ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା।

ଘରୋଇ ଦଳର ବାମହାତୀ ଓପ୍ନର ଲୁଇସ୍ ୯୯ (୯୯ ବଲ୍‌, ୧୩ ଚୌକା, ୨ ଛକା) ରନ୍ କରି ଅପରାଜିତ ରହିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବ୍ରାଣ୍ଡନ୍ କିଙ୍ଗ୍ ୨୦, ରୋଷ୍ଟନ୍ ଚେଜ୍ ୧୯, ନିକୋଲାସ ପୁରନ୍ ୧୭ ଓ ଶାଇ ହୋପ୍ ୧୩ ରନ୍ କରି ଆଉଟ୍ ହୋଇଥିଲେ। ଆୟର୍ଲ୍ୟାଣ୍ଡର ସିମି ସିଂହ ୨ଟି, ଆଣ୍ଡି ମ୍ୟାକବ୍ରାଇନ୍‌, ବ୍ୟାରୀ ମ୍ୟାକକାର୍ଥି ଓ ବୟଡ୍ ରାନକିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଇଣ୍ଡିଜ୍ ବୋଲର ଜୋସେଫ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story