ପ୍ରଥମ ଟେଷ୍ଟ: ଟସ୍ ଜିତିଲା ୱେଷ୍ଟଇଣ୍ଡିଜ୍, ପ୍ରଥମେ ବ୍ୟାଟିଂ କରିବ ଭାରତ

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନଜ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଦଳରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି। ଦୁହେଁ ଇନିଂସ୍ ଓପନ୍ କରିବେ। ତେବେ ଟିମରୁ ରୋହିତ୍ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍ […]

indvswi

Ranjit Kumar Jena
  • Published: Thursday, 22 August 2019
  • , Updated: 22 August 2019, 07:15 PM IST

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନଜ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

ଭାରତୀୟ ଦଳରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି। ଦୁହେଁ ଇନିଂସ୍ ଓପନ୍ କରିବେ। ତେବେ ଟିମରୁ ରୋହିତ୍ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ କୁଲଦୀପ ଯାଦବ ଓ ଉମେଶ ଯାଦବ ବାଦ୍ ପଡ଼ିଛନ୍ତି। ଭାରତର ଏହି ଟିମ୍ ଅଷ୍ଟ୍ରେଲିଆରେ ଶେଷ ଟେଷ୍ଟ ଖେଳିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ ଟିମ୍ ପକ୍ଷରୁ ଶାମାର ବ୍ରୁକ୍ସ ଟେଷ୍ଟ ଡେବ୍ୟୁ କରିବେ। ସୂଚନାଯୋଗ୍ୟ, ବର୍ଷା ଯୋଗୁ ଟସ୍ ଅଧଘଣ୍ଟା ବିଳମ୍ବରେ ପଡ଼ିଛି, ତେଣୁ ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହେବ।

ଭାରତ ଏକାଦଶ: ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରେଗ୍ ବ୍ରାଥୱେଟ୍, ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍ (ୱିକେଟକିପର), ଶାମାର ବ୍ରୁକ୍ସ, ଡାରେନ୍ ବ୍ରାଭୋ, ଶିମରନ୍ ହେଟମେୟର୍, ରୋଷ୍ଟନ୍ ଚେଜ୍, ଜେସନ୍ ହୋଲ୍ଡର (କ୍ୟାପଟେନ୍), ମିଜୁଏଲ୍ କମିନ୍ସ, ଶ୍ୟାନନ୍ ଗାବ୍ରିଏଲ୍, କେମାର ରୋଚ୍ ।

Related story