ଟି-ଟ୍ୱେଣ୍ଟି ବିଶ୍ୱକପ୍: ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତ

ମୁମ୍ବାଇ: ବିରାଟଙ୍କ ବ୍ୟାଟ୍‌ର ଯାଦୁ ଆଜି ବି ଚାଲିଥିଲା। ତେବେ ତାଙ୍କଠୁ ଆହୁରି ଚମକି ଥିଲେ ଲେଣ୍ଡଲ୍ ସିମୋନ୍ସ ଓ ଆନ୍ଦ୍ରେ ରସେଲ୍। ଫଳରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିଲା ନାହିଁ ଟିମ୍ ଇଣ୍ଡିଆ। ଆଉ ଏହି ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଆସନ୍ତା ରବିବାର ଦଳ ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯିବ ଏହି ମ୍ୟାଚ୍। ଭାରତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ […]

simmons

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 05:24 PM IST

ମୁମ୍ବାଇ: ବିରାଟଙ୍କ ବ୍ୟାଟ୍‌ର ଯାଦୁ ଆଜି ବି ଚାଲିଥିଲା। ତେବେ ତାଙ୍କଠୁ ଆହୁରି ଚମକି ଥିଲେ ଲେଣ୍ଡଲ୍ ସିମୋନ୍ସ ଓ ଆନ୍ଦ୍ରେ ରସେଲ୍। ଫଳରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିଲା ନାହିଁ ଟିମ୍ ଇଣ୍ଡିଆ। ଆଉ ଏହି ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଆସନ୍ତା ରବିବାର ଦଳ ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯିବ ଏହି ମ୍ୟାଚ୍।

ଭାରତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ତେବେ ୱେଷ୍ଟଇଣ୍ଡିଜ୍ ୧୯.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ୩ ୱିକେଟ୍ ହରାଇ ୧୯୬ ରନ୍ କରି ଥିଲା। ୫୧ ବଲ୍‌ରୁ ୮୨ ରନ୍ କରିଥିବା ଲେଣ୍ଡଲ୍ ସିମୋନ୍ସଙ୍କୁ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

ୱେଷ୍ଟଇଣ୍ଡିଜ୍ ଟସ୍ ଜିତି  ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରି ଥିଲା। ଭାରତୀୟ ଦଳର ପ୍ରାରମ୍ଭ ଆଜି ଭଲ ରହିଥିଲା। ଓପନିଂ କରି ଥିଲେ ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ। ରୋହିତ ୩୧ ବଲ୍‌ରୁ ୪୩ ରନ୍ କରି ଥିଲେ। ସେହିପରି ରାହାଣେ ୩୫ଟି ବଲ୍‌ରୁ ୪୦ ରନ୍ କରିଥିଲେ। ତେବେ ଦଳର ସ୍କୋର ମଜଭୁତ୍ ସ୍ଥିତିରେ ପହଞ୍ଚିଥିଲା ପଡ଼ିଆକୁ ବିରାଟ କୋହଲି ଓହ୍ଲାଇବା ପରେ। ଆଜି ବି ତାଙ୍କ ବ୍ୟାଟ୍‌ରୁ ବର୍ଷିଥିଲା ରନ୍। ୪୭ଟି ବଲ୍‌ରୁ ସେ ୮୯ ରନ୍ କରି ଅପରାଜିତ ରହିଥିଲେ। ଏଥିରେ ରହିଥିଲା ୧୧ଟି ଚାରି ଓ ଗୋଟିଏ ଛକା। ଅଧିନାୟକ ଧୋନୀ ୯ଟି ବଲ୍‌ରୁ ୧୫ ରନ୍ କରି ଅପରାଜିତ ରହିଥିଲେ। ଦଳ ୨ଟି ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରସେଲ୍ ଓ ବଦ୍ରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୯୩ ରନ୍‌ର ବିଜୟ ଲକ୍ଷ୍ୟ ବହୁତ ବଡ଼ ନଜର ଆସୁଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଏହାକୁ ହାସଲ କରି ନେଇଥିଲା। ଦଳ ୧.୧ ଓଭରରେ ଗେଲ୍‌ଙ୍କ ୱିକେଟ୍ ହରାଇଥିଲା। ଗେଲ୍ ୬ଟି ବଲ୍‌ରୁ ମାତ୍ର ୫ ରନ୍ କରି ବୁମ୍‌ରାଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ଏହା ସତ୍ତ୍ୱେ ଟିମ୍‌ର ମନୋବଳ ଦୃଢ଼ ରହିଥିଲା। ଓପନର୍ ଜନ୍‌ସନ୍ ୩୬ ବଲ୍‌ରୁ ୫୨ ରନ୍ କରିଥିଲେ। ସାମୁଏଲ୍ ନିରାଶ କରି ଥିଲେ। ସେ ମାତ୍ର ୮ଟି ବଲ୍‌ର ସମ୍ମୁଖୀନ ହୋଇ ୭ ରନ୍ କରିବାକୁ ସମର୍ଥ ହୋଇଥିଲେ। ତେବେ ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ପାଇଁ ଚମକ ଆଣିଥିଲେ ଲେଣ୍ଡଲ୍ ସିମୋନ୍ସ। ତାଙ୍କ ବ୍ୟାଟ୍‌ରୁ ଖାଲି ଛକା ଓ ଚୌକାର ବର୍ଷା ଦେଖିବାକୁ ମିଳିଥିଲା। ସେ ୫୧ଟି ବଲ୍‌ରୁ ୭ଟି ଚୌକା ଓ ୫ଟି ଛକା ବଳରେ ୮୨ ରନ୍ କରିଥିଲେ ଓ ଅପରାଜିତ ରହିଥିଲେ। ତାଙ୍କୁ ସଠିକ୍ ଢଙ୍ଗରେ ସାଥ୍ ଦେଇଥିଲେ ଆନ୍ଦ୍ରେ ରସେଲ୍। ସେ ୨୦ ବଲ୍‌ରେ ୪ଟି ଛକା ଓ ୩ଟି ଚୌକା ମାରି ୪୩ ରନ୍ କରି ଅପରାଜିତ ରହିଥିଲେ।

Related story