ବାଂଲାଦେଶକୁ ୩୨୨ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଟଣ୍ଟନ: ଚଳିତ ବିଶ୍ୱକପର ୨୩ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୨୨ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଶାଇ ହୋପ୍ (୯୬) ଶତକରୁ ବଞ୍ଚିତ ହୋଇଥିବା ବେଳେ ଏଭିନ୍ ଲୁଇସ୍ ଓ ଶିମରନ୍ ହେଟମେୟର୍ ଦ୍ରୁତ ଅର୍ଦ୍ଧଶତକ କରି ୱିଣ୍ଡିଜକୁ ବଡ଼ ସ୍କୋରରେ […]

hytemyer

Hemant Lenka
  • Published: Monday, 17 June 2019
  • , Updated: 17 June 2019, 06:53 PM IST

ଟଣ୍ଟନ: ଚଳିତ ବିଶ୍ୱକପର ୨୩ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୨୨ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଶାଇ ହୋପ୍ (୯୬) ଶତକରୁ ବଞ୍ଚିତ ହୋଇଥିବା ବେଳେ ଏଭିନ୍ ଲୁଇସ୍ ଓ ଶିମରନ୍ ହେଟମେୟର୍ ଦ୍ରୁତ ଅର୍ଦ୍ଧଶତକ କରି ୱିଣ୍ଡିଜକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି।

କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରାରମ୍ଭିକ ବଡ଼ ସଫଳତା ମିଳିଥିଲା। ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଖାତା ଖୋଲିବା ପୂର୍ବରୁ ମହମ୍ମଦ ସୈଫୁଦ୍ଦିନଙ୍କ ବଲରେ ୱିକେଟକିପର ମୁଶଫିକର ରହିମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ତେବେ ବାଂଲାଦେଶର ଏହି ଖୁସିକୁ ଏଭିନ୍ ଲୁଇସ୍ ଓ ଶାଇ ହୋପ୍ ଫିକା କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗୀଦାରୀ କରି ୱିଣ୍ଡିଜକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଲୁଇସ୍ ୬୭ ବଲରେ ୬ ଚୌକା ଓ ୨ ଛକା ସହ ୭୦ ରନ୍ କରି ସାକିବ୍ ଅଲ ହାସନଙ୍କ ଶିକାର ହୋଇଥିଲେ। ଲୁଇସଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୁରାନ୍ ମାତ୍ର ୨୫ ରନ୍ କରି ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ।

ଶିମରନ୍ ହେଟମେୟର ବ୍ୟାଟିଂ କରିବାକୁ ଆସିବା ପରେ ୱେଷ୍ଟଇଣ୍ଡିଜର ରନ୍ ଗତି ବଢ଼ିଥିଲା। ହେଟମେୟର୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ହେଟମେୟର ଓ ହୋପ୍ ଚତୁର୍ଥ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ହେଟମେୟର୍ ୨୬ ବଲରେ ୪ ଚୌକା ଓ ୩ ଛକା ସହ ୫୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ମାତ୍ର ଦୁଇଟି ବଲ୍ ଖେଳି କୌଣସି ରନ୍ ନକରି ଆଉଟ୍ ହୋଇଥିଲେ।

ଅଧିନାୟକ ଜେସନ୍ ହୋଲ୍ଡର୍ ଦ୍ରୁତ ରନ୍ କରି ଟିମକୁ ୩୦୦ ନିକଟତର କରାଇଥିଲେ। ହୋଲ୍ଡର୍ ୧୫ ବଲରେ ୪ ଚୌକା ଓ ୨ ଛକା ସହ ୩୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ହୋପ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୁସ୍ତାଫିଜୁର୍ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ ରନରେ ଅଙ୍କୁଶ ଲଗାଇଥିଲେ। ଶେଷ ୱିକେଟ୍ ଭାବେ ଡାରେନ୍ ବ୍ରାଭୋ ୧୯ (୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ସୈଫୁଦ୍ଦିନ ଓ ମୁସ୍ତାଫିଜୁର ୩ଟି ଲେଖାଏ ୱିକେଟ୍ ନେଇଥିଲେ।

Related story