ଜାଣନ୍ତୁ ମ୍ୟାଲେସିୟାଠାରୁ ପରାସ୍ତ ହେବା ସମ୍ପର୍କରେ କ’ଣ କହିଲେ ପୁରୁଷ ହକି ଦଳର ଅଧିନାୟକ

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ଦୁର୍ବଳ ମ୍ୟାଲେସିୟାଠାରୁ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିବା ପରେ ଅନେକ ସମାଲୋଚନାର ଶିକାର ହୋଇଛି। ତେବେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ହରାଇ ପୁରୁଷ ହକି ଇଭେଣ୍ଟର୍‌ରେ ବ୍ରୋଞ୍ଜ ପଦକ ପାଇ ସ୍ୱଦେଶ ଫେରିଛି। ଏବେ ଏସିଆନ୍‌ ଗେମ୍ସ ଅଭିଯାନ ସମ୍ପର୍କରେ ମୁହଁ ଖୋଲିଛନ୍ତି ଟିମ୍‌ର ଅଧିନାୟକ ତଥା ଗୋଲ ରକ୍ଷକ ପିଆର୍‌ ଶ୍ରୀଜେଶ। ସେ କହିଛନ୍ତି, ବ୍ରୋଞ୍ଜ ପଦକ ଜିତିବା କମ୍ବା ପାକିସ୍ତାନକୁ […]

sree3

sree3

Hemant Lenka
  • Published: Tuesday, 04 September 2018
  • Updated: 04 September 2018, 05:45 PM IST

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ଦୁର୍ବଳ ମ୍ୟାଲେସିୟାଠାରୁ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିବା ପରେ ଅନେକ ସମାଲୋଚନାର ଶିକାର ହୋଇଛି।

ତେବେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ହରାଇ ପୁରୁଷ ହକି ଇଭେଣ୍ଟର୍‌ରେ ବ୍ରୋଞ୍ଜ ପଦକ ପାଇ ସ୍ୱଦେଶ ଫେରିଛି। ଏବେ ଏସିଆନ୍‌ ଗେମ୍ସ ଅଭିଯାନ ସମ୍ପର୍କରେ ମୁହଁ ଖୋଲିଛନ୍ତି ଟିମ୍‌ର ଅଧିନାୟକ ତଥା ଗୋଲ ରକ୍ଷକ ପିଆର୍‌ ଶ୍ରୀଜେଶ।

ସେ କହିଛନ୍ତି, ବ୍ରୋଞ୍ଜ ପଦକ ଜିତିବା କମ୍ବା ପାକିସ୍ତାନକୁ ହରାଇବା କେବେ ହେଲେ ମ୍ୟାଲେସିୟାଠାରୁ ପରାଜୟର କଷ୍ଟକୁ ଲାଘବ କରିପାରିବ ନାହିଁ। ଆମେ ସ୍ୱର୍ଣ୍ଣ ପଦକ ଜିତି ନଥିବାରୁ ଏହା ଆମକୁ ସର୍ବଦା କଷ୍ଟ ଦେଇଚାଲିଥିବ ବୋଲି ସେ କହିଛନ୍ତି।

[caption id="attachment_271556" align="aligncenter" width="984"] ଶ୍ରୀଜେଶ[/caption]

ଡିଫେଣ୍ଡିଂ ଚାମ୍ପିୟନ୍‌ ଟିମ୍‌ ଇଣ୍ଡିଆ ଚଳିତ ଏସିଆନ୍‌ ଗେମ୍ସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟୀ ହେବା ସହ ରେକର୍ଡ ସଂଖ୍ୟକ ୭୬ ଗୋଲ୍‌ ଦେଇଥିଲା। କିନ୍ତୁ ଦୁର୍ବଳ ମ୍ୟାଲେସିୟାଠାରୁ ସେମିଫାଇନାଲ୍‌ର ଶୁଟ୍‌ ଆଉଟ୍‌ରେ ପରାସ୍ତ ହୋଇଥିଲା।

ଶ୍ରୀଜେଶ କହିଛନ୍ତି, “ମ୍ୟାଲେସିୟାଠାରୁ ହାରିବା ପରେ ଦଳର ଖେଳାଳିମାନେ କେତେ କଷ୍ଟ ଅନୁଭବ କରିଥିଲେ, ସେଇଟା ସେଇମାନେ ହିଁ ଜାଣିଛନ୍ତି। ବ୍ରୋଞ୍ଜ କେବଳ ଏକ ସାନ୍ତ୍ୱନାମୂଳକ ପଦକ ଥିଲା। ଏହା ଆମ କଷ୍ଟକୁ କେବେ ହେଲେ ଦୂର କରିପାରିବ ନାହିଁ। ମ୍ୟାଲେସିୟାଠାରୁ ପରାସ୍ତ ହେବା ପରେ କିଛି ଲୋକ କହୁଛନ୍ତି, ଖେଳାଳିମାନେ ଓଭରକନଫିଡେନ୍ଟ ହୋଇଯାଇଥିଲେ। ତେଣୁ ଏପରି ଘଟିଲା।

କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ। ଆମେ ଯେକୌଣସି ଦଳକୁ ପରାସ୍ତ କରିପାରିବାର କ୍ଷମତା ରଖିଛୁ। ହେଲେ ସେଦିନର ଛୋଟିଆ ଭୁଲ୍‌ ଆମ ପାଇଁ ଘାତକ ସାବ୍ୟସ୍ତ ହେଲା।

ମ୍ୟାଲେସିୟା ବିପକ୍ଷ ମ୍ୟାଚ୍‌ରେ ଆମେ ଭଲ ଆରମ୍ଭ କରିଥିଲୁ। କିନ୍ତୁ ମଝିରେ ଖେଳକୁ ଧିମା କରିବାକୁ ଚେଷ୍ଟା କରିଥିଲୁ। ଏହା ଆମ ପାଇଁ ବୁମେରାଂ ହୋଇଥିଲା। ମ୍ୟାଲେସିୟା ଏହାର ସୁଯୋଗ ନେଇ ଆମ ଉପରେ ଆକ୍ରମଣ କଲା ଏବଂ ଏହାର ଫାଇଦା ମଧ୍ୟ ତାକୁ ମିଳିଲା।”

ଏସିଆନ୍‌ ଗେମ୍ସ ଫାଇନାଲ୍‌କୁ ଭାରତ ଯାଇ ନ ପାରିବାରୁ, ଦଳ ସିଧାସଳଖ ଅଲମ୍ପିକ୍ସକୁ ଯିବାର ଯୋଗ୍ୟତା ଅର୍ଜ୍ଜନ କରିପାରି ନାହିଁ। ଏବେ ଦଳ ଭୁବନେଶ୍ୱରଠାରେ ହେବାକୁ ଥିବା ବିଶ୍ୱ କପ୍‌ ହକିରେ ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିବା ଶ୍ରୀଜେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos