କାହିଁକି ଓ କେବେ ଏମିତି କହିଥିଲେ ବିରାଟ୍‌ : ମୋର ଭୁଲ୍‌ ହୋଇଯାଇଛି, ମୋତେ ବ୍ୟାନ୍‌ କରନି

ନୂଆଦିଲ୍ଲୀ: ଆଗ୍ରେସିଭ୍‌ କ୍ରିକେଟର୍‌ ଭାବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବେଶ ପରିଚିତ। ତେବେ ବିରାଟ୍‌ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସମ୍ମୁଖୀନ ହୋଇଥିବା ଏକ ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ଆଜି ଖୁଲାସା କରିଛନ୍ତି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବିରାଟ୍‌ ଭୁଲ୍‌ ମାଗିବା ସହ, ତାଙ୍କୁ ଖେଳିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ନିବେଦନ କରିଥିଲେ। ଏକଥାକୁ ଆପଣ ବିଶ୍ୱାସ କରି ନ ପାରନ୍ତି, ହେଲେ ବିରାଟ୍‌ଙ୍କ ସହ ୨୦୧୨ରେ ଏଭଳି ଘଟଣା ଘଟିଥିଲା। […]

virat1

virat1

Hemant Lenka
  • Published: Wednesday, 05 September 2018
  • Updated: 05 September 2018, 11:24 AM IST

Sports

Latest News

ନୂଆଦିଲ୍ଲୀ: ଆଗ୍ରେସିଭ୍‌ କ୍ରିକେଟର୍‌ ଭାବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବେଶ ପରିଚିତ। ତେବେ ବିରାଟ୍‌ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସମ୍ମୁଖୀନ ହୋଇଥିବା ଏକ ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ଆଜି ଖୁଲାସା କରିଛନ୍ତି।
ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବିରାଟ୍‌ ଭୁଲ୍‌ ମାଗିବା ସହ, ତାଙ୍କୁ ଖେଳିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ନିବେଦନ କରିଥିଲେ। ଏକଥାକୁ ଆପଣ ବିଶ୍ୱାସ କରି ନ ପାରନ୍ତି, ହେଲେ ବିରାଟ୍‌ଙ୍କ ସହ ୨୦୧୨ରେ ଏଭଳି ଘଟଣା ଘଟିଥିଲା।
୨୦୧୨ରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ସିଡ୍‌ନୀ ଗ୍ରାଉଣ୍ଡରେ ୨ୟ ଟେଷ୍ଟ୍‌ ଖେଳୁଥିଲା। ଏହି ସମୟରେ ବିରାଟ୍‌ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିଲେ। ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଭଲ ବ୍ୟାଟିଂ କରୁଥିବାରୁ ଷ୍ଟାଡିୟମ୍‌ରେ ଥିବା ଦର୍ଶକମାନେ ମଧ୍ୟ ବେଶ ଉଲ୍ଲସିତ ହେଉଥିଲେ।
କିନ୍ତୁ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ବିରାଟ୍‌ ଦର୍ଶକମାନଙ୍କୁ ମଝି ଅଙ୍ଗୁଳି ଦେଖାଇ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଏହାର ପରଦିନ ମ୍ୟାଚ୍‌ ରେଫରୀ ରଞ୍ଜନ ମୁଦୁଗଲ୍ଲେ ବିରାଟ୍‌ଙ୍କୁ ଚ୍ୟାମ୍ବରକୁ ଡାକି ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିବାକୁ କହିଥିଲେ।
ଏହି ସମୟରେ ବିରାଟ୍‌ “ସେମିତି କିଛି ନାହିଁ, କେବଳ ମଜାରେ ମଜାରେ କିଛି ଗୋଟେ ଘଟିଥିଲା" ବୋଲି କହିଥିଲେ। କିନ୍ତୁ ମ୍ୟାଚ୍‌ ରେଫରୀ ରଞ୍ଜନ୍‌ ବିରାଟ୍‌ଙ୍କୁ ଖବରକାଗଜରେ ବାହାରିଥିବା ତାଙ୍କ ଫଟୋ ଦେଖାଇଥିଲେ।  ଏହି ସମୟରେ ବିରାଟ୍‌ ଡରିଯିବା ସହ ମୋର ଭୁଲ୍‌ ହୋଇଯାଇଛି ଓ ମୋତେ ବ୍ୟାନ୍‌ କରନାହିଁ ବୋଲି ନିବେଦନ କରିଥିଲେ....ଖୋଦ୍‌ ବିରାଟ୍‌ କୋହଲି ଏକଥାର ଖୁଲାସା କରିଛନ୍ତି।
ବିରାଟ୍‌ ଟ୍ୱିଟ୍‌ କରି କହିଛନ୍ତି, "କ୍ରିକେଟ୍‌ର ମାନେ ଦର୍ଶକଙ୍କୁ ପ୍ରତିଉତ୍ତର ଦେବା ଠିକ୍‌ ନୁହେଁ। ତେବେ ଦର୍ଶକମାନେ ଯେତେବେଳ ଆପଣମାନଙ୍କ ମା ଓ ଭଉଣୀଙ୍କ ସମ୍ପର୍କରେ କହିବେ, ସେତେବେଳେ ଆପଣ କ’ଣ କରିବେ? ବୋଧେ ଏଭଳି ଭାଷା ଶୁଣିବା ସବୁଠାରୁ କଷ୍ଟଦାୟକ" ବୋଲି ବିରାଟ୍‌ ତାଙ୍କ ଟ୍ୱିଟରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos