ପ୍ରଜ୍ଞାନ ଓଝାଙ୍କ ସନ୍ଧାନ ମିଳୁନି: ଗୁଜରାଟ ଗସ୍ତ ପାଇଁ କୋଲକାତା ଦଳରୁ ବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝାଙ୍କ କ୍ୟାରିୟରକୁ ନେଇ ଏବେ ଆଶାଙ୍କା ଦେଖାଦେଇଛି। ଦିନ ଥିଲା ସେ ଭାରତୀୟ ଦଳରେ ଜଣ ନିୟମିତ ଖେଳାଳି ଥିଲେ। କିନ୍ତୁ ଦୀର୍ଘଦିନ ଧରି ଟିମ୍‌ରେ ସ୍ଥାନ ନମିଳିବାରୁ ତାଙ୍କ କ୍ୟାରିୟରକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ତର୍ଜାତୀୟ ମ୍ୟାଚ୍‌ ହେଉ କିମ୍ବା ଆଇପିଏଲ୍, ନିଜର ବୋଲିଂ ଯାଦୁ ପାଇଁ ସେ ଜଣାଶୁଣା। ଏବେ କିନ୍ତୁ ସେ ଟିମ୍‌ ଇଣ୍ଡିଆରେ ଅଲୋଡା। କେବଳ ଅନ୍ତର୍ଜାତୀୟ ମ୍ୟାଚ୍ କାହିଁକି ପ୍ରଥମ ଶ୍ରେଣୀ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 09:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝାଙ୍କ କ୍ୟାରିୟରକୁ ନେଇ ଏବେ ଆଶାଙ୍କା ଦେଖାଦେଇଛି। ଦିନ ଥିଲା ସେ ଭାରତୀୟ ଦଳରେ ଜଣ ନିୟମିତ ଖେଳାଳି ଥିଲେ। କିନ୍ତୁ ଦୀର୍ଘଦିନ ଧରି ଟିମ୍‌ରେ ସ୍ଥାନ ନମିଳିବାରୁ ତାଙ୍କ କ୍ୟାରିୟରକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ତର୍ଜାତୀୟ ମ୍ୟାଚ୍‌ ହେଉ କିମ୍ବା ଆଇପିଏଲ୍, ନିଜର ବୋଲିଂ ଯାଦୁ ପାଇଁ ସେ ଜଣାଶୁଣା। ଏବେ କିନ୍ତୁ ସେ ଟିମ୍‌ ଇଣ୍ଡିଆରେ ଅଲୋଡା।

କେବଳ ଅନ୍ତର୍ଜାତୀୟ ମ୍ୟାଚ୍ କାହିଁକି ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ନେଇ ମଧ୍ୟ ସେ ଏବେ ଚିନ୍ତିତ। ଗତ ଦୁଇ ସିଜିନ୍‌ ଧରି କୋଲକାତା ଦଳରେ ନିଜର ଅଭିଯାନା ଜାରି ରଖିଥିବା ପ୍ରଜ୍ଞାନ ଚଳିତ ସିଜିନରେ ହାଇଦ୍ରାବାଦ ଦଳକୁ ଫେରିବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। କୁହାଯାଉଛି ‘ସିଏବି’ର ଅଧ୍ୟକ୍ଷ ସୌରଭ ଗାଙ୍ଗଲୀ ତାଙ୍କୁ ଏନ୍‌ଓସି ଦେବାକୁ ମନା କରିଛନ୍ତି। ସୌରଭ ଏନେଇ କହିଛନ୍ତି ଯେ କୋଲକାତା ଟିମ୍‌ ପାଇଁ ପ୍ରଜ୍ଞାନଙ୍କ ଆବଶ୍ୟକାତ ଅଛି। ଏଭଳି ପରିସ୍ଥିତିରେ ଆମେ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନାହୁଁ। ଜଣାଇଦେବାକୁ ଚାହୁଁଛୁ ଯେ ପ୍ରଜ୍ଞାନ ହାଇଦ୍ରାବାଦରୁ ହିଁ ତାଙ୍କ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ।

ଅନ୍ୟପଟେ ନିକଟରେ କୋଲକାତା ଟିମ୍‌ ଗୁଜରାଟ ବିପକ୍ଷରେ ୨ଟି ୱାର୍ମଅପ୍‌ ମ୍ୟାଚ୍‌ ଖେଳିବା ପାଇଁ ଘୋଷଣା ହୋଇଛି। ଯେଉଁଥିରେ ପ୍ରଜ୍ଞାନଙ୍କ ନାଁ ସାମିଲ ନାହିଁ। ଗୁଜରାଟ ଗସ୍ତ ପାଇଁ କୋଲକାତା ଟିମ୍‌ ନିକଟରେ ଘୋଷଣା ହୋଇଥିବା ବେଳେ ପ୍ରଜ୍ଞାନ ଓଝାଙ୍କୁ କ’ଣ ପାଇଁ ଦଳରେ ସାମିଲ କରାଯାଇନି ଏନେଇ ‘ସିଏବି’ ସ୍ପଷ୍ଟ କରିଛି। ‘ସିଏବି’ କହିଛି ଯେ ପ୍ରଜ୍ଞାନଙ୍କୁ ଦଳ ଚୟନ ପୂର୍ବରୁ ସମ୍ପର୍କ କରାବାକୁ ଚେଷ୍ଟା କରିଥିଲା, ମାତ୍ର ତାଙ୍କ ସନ୍ଧାନ ମିଳିନଥିଲା। ଫଳରେ ପ୍ରଜ୍ଞାନଙ୍କ ବିନା ଟିମ୍ ଘୋଷଣା କରାଯାଇଥିଲା।

Related story