ଗୋଟିଏ ଦିନିକିଆରେ ସବୁଠୁ ବଡ଼ ସ୍କୋର କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୩ ଭାରତୀୟ: ଜାଣନ୍ତୁ ଟପ୍‌-୬ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବର୍ଷ ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକ ମାରିବା  ଅସମ୍ଭବ ଲାଗୁଥିଲା। କିନ୍ତୁ ୨୦୧୦ରେ କ୍ରିକେଟ୍ ଇତିହାସର ପ୍ରଥମ ଥର ପାଇଁ ଡବଲ ସେଞ୍ଚୁରି ମାରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଡବଲ ସେଞ୍ଚୁରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ମାରିଥିଲେ। ଏପର୍ଯ୍ୟନ୍ତ ଏହି ଫର୍ମାଟରେ ମୋଟ ୬ଥର ଭିନ୍ନ ଭିନ୍ନ ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିସାରିଲେଣି। ଏହି ଫର୍ମାଟରେ ଗୋଟିଏ ଇଂନିସରେ ସବୁଠୁ ଅଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ […]

images

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 09:28 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବର୍ଷ ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକ ମାରିବା  ଅସମ୍ଭବ ଲାଗୁଥିଲା। କିନ୍ତୁ ୨୦୧୦ରେ କ୍ରିକେଟ୍ ଇତିହାସର ପ୍ରଥମ ଥର ପାଇଁ ଡବଲ ସେଞ୍ଚୁରି ମାରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଡବଲ ସେଞ୍ଚୁରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ମାରିଥିଲେ। ଏପର୍ଯ୍ୟନ୍ତ ଏହି ଫର୍ମାଟରେ ମୋଟ ୬ଥର ଭିନ୍ନ ଭିନ୍ନ ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିସାରିଲେଣି। ଏହି ଫର୍ମାଟରେ ଗୋଟିଏ ଇଂନିସରେ ସବୁଠୁ ଅଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନାଁ ଟପରେ ଅଛି। ଏହି ଭାରତୀୟ ଖେଳାଳି ୧୩ ନଭେମ୍ବର ୨୦୧୪ରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍‌ରେ ସବୁଠୁ ବଡ ସ୍କୋର୍‌ କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ଏକ ବଡ ପାଳି ଖେଳିଥିଲେ। ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଅଛନ୍ତି। ସେ ୨୦୧୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୩୭ ରନର ପାଳି ଖେଳିଥିଲେ। ତୃତୀୟରେ ବିରେନ୍ଦ୍ର ସେହୱାଗ ଅଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୧୯ରନ ଏକ ଇଂନିସ ଖେଳିଥିଲେ। ୪ର୍ଥରେ ୱେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ ଅଛନ୍ତି। ସେ ଜିମ୍ବାୱେ ବିପକ୍ଷରେ ୨୦୧୫ରେ ୨୧୫ରନର ଏକ ପାଳି ଖେଳିଥିଲେ। ୫ମ’ରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ଦୁଇଟି ଡବଲ ସେଞ୍ଚୁରି ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ୨୦୯ ରନର ପାଳି ଖେଳିଥିଲେ। ୬ ନମ୍ବରରେ ସଚିନ ତେନ୍ଦୁଲକର ଅଛନ୍ତି। ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନର ପାଳି ଖେଳିଥିଲେ।

Related story