ଅଶ୍ୱିନ ଓ ଜାଡ଼େଜାଙ୍କ କ୍ୟାରିୟରକୁ ନେଇ ପ୍ରଶ୍ନ: ଅଧିନାୟକ ଓ ବୋଲିଂ କୋଚଙ୍କ ଭିନ୍ନ ମତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବିଶ୍ୱକପ କ୍ରିକେଟ୍ ପାଇଁ ଭାରତୀୟ ଟିମ୍‌ ଚୟନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ ନେଇ ବୋଲିଂ କୋଚ୍‌ ଭରତ ଅରୁଣ ଓ ଅଧିନାୟକ ବିରାଟ କୋହଲି ନିଜ ମତ ରଖିଛନ୍ତି। ଭରତ ଅରୁଣଙ୍କ ବୟାନ ବିରାଟ କୋହଲିଙ୍କ ବୟାନ ଠାରୁ ଭିନ୍ନ ରହିଛି। ଭରତ ଅରୁଣ କହିଛନ୍ତି ଯେ ଆଗାମୀ ବିଶ୍ୱକପରେ ଅଶ୍ୱିନ ଓ ଜାଡ଼େଜା ଟିମ୍‌ରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ କୋହଲି କହିଛନ୍ତି ଆଗାମୀ […]

team_india666_1518238270_618x347

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 01:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବିଶ୍ୱକପ କ୍ରିକେଟ୍ ପାଇଁ ଭାରତୀୟ ଟିମ୍‌ ଚୟନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ ନେଇ ବୋଲିଂ କୋଚ୍‌ ଭରତ ଅରୁଣ ଓ ଅଧିନାୟକ ବିରାଟ କୋହଲି ନିଜ ମତ ରଖିଛନ୍ତି। ଭରତ ଅରୁଣଙ୍କ ବୟାନ ବିରାଟ କୋହଲିଙ୍କ ବୟାନ ଠାରୁ ଭିନ୍ନ ରହିଛି। ଭରତ ଅରୁଣ କହିଛନ୍ତି ଯେ ଆଗାମୀ ବିଶ୍ୱକପରେ ଅଶ୍ୱିନ ଓ ଜାଡ଼େଜା ଟିମ୍‌ରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ କୋହଲି କହିଛନ୍ତି ଆଗାମୀ ବିଶ୍ୱକପରେ କୁଲଦୀପ ଓ ଚହଲଙ୍କ ଯୋଡ଼ି ସଫଳ ହେବେ।

କୁଲଦୀପ ଓ ଚହଲଙ୍କ ଯୋଡ଼ି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ଏହି ଯୋଡ଼ି ଏବେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ବେଶ ଅଡ଼ୁଆରେ ପକାଇଛନ୍ତି। ୪ର୍ଥ ଦିନିକିଆ ପୂର୍ବରୁ ଭରତ ଅରଣୁ କହିଛନ୍ତି ଯେ ଟିମ୍‌ରେ ଏବେ ଯେଉଁ ସ୍ପିନର ସ୍ଥାନ ପାଇଛନ୍ତି ସେମାନଙ୍କ ଉପରେ ଫୋକସ କରାଯାଉଛି। ଏହା ପରେ ନିଷ୍ପତି ନିଆଯିବ କି ବିଶ୍ୱକପ ପାଇଁ କିଏ ଟିମ୍‌ରେ ସ୍ଥାନ ପାଇବେ। ସେ ଏହା ମଧ୍ୟ କହିଛନ୍ତି ଅଶ୍ୱିନ ଓ ଜାଡ଼େଜା ଏବେବି ବିଶ୍ୱକପ ରେସରେ ଅଛନ୍ତି। ସେ ଚହଲ ଓ କୁଲଦୀପଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ଏହି ଦୁଇ କ୍ରିକେଟର୍‌ ବେଶ ସକରାତ୍ମକ।

Related story