ବିଶ୍ୱ ବିଜୟିନୀ ହେବେ ସିନ୍ଧୁ?

ନାନ୍‌ଜିଙ୍ଗ୍‌ (ଚୀନ୍): ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ। ଆଜି ଫାଇନାଲ୍ ମୁକାବିଲା ହେବ। ଏଥିରେ ସେ ସ୍ପେନ୍‌ର ଅଲିମ୍ପିକ୍ ବିଜୟିନୀ କାରୋଲିନା ମାରିନ୍‌ଙ୍କୁ ଭେଟିବେ। ଫଳରେ ପ୍ରତିଶୋଧ ନେବା ପାଇଁ ବିଶ୍ୱ ମହିଳା ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ସିନ୍ଧୁଙ୍କୁ ଏକ ଭଲ ସୁଯୋଗ ମିଳିଛି। ୨୦୧୬ ଅଲିମ୍ପିକ୍‌ ଫାଇନାଲ୍‌ରେ ସିନ୍ଧୁ ତାଙ୍କଠାରୁ ହାରି ଯାଇଥିଲେ। ଅବଶ୍ୟ ଚଳିତ ବର୍ଷ ମାଲେସିଆ ଓପନ୍‌ରେ […]

sindhu

Ordigital Desk
  • Published: Sunday, 05 August 2018
  • , Updated: 05 August 2018, 11:33 AM IST

ନାନ୍‌ଜିଙ୍ଗ୍‌ (ଚୀନ୍): ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ। ଆଜି ଫାଇନାଲ୍ ମୁକାବିଲା ହେବ। ଏଥିରେ ସେ ସ୍ପେନ୍‌ର ଅଲିମ୍ପିକ୍ ବିଜୟିନୀ କାରୋଲିନା ମାରିନ୍‌ଙ୍କୁ ଭେଟିବେ। ଫଳରେ ପ୍ରତିଶୋଧ ନେବା ପାଇଁ ବିଶ୍ୱ ମହିଳା ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ସିନ୍ଧୁଙ୍କୁ ଏକ ଭଲ ସୁଯୋଗ ମିଳିଛି। ୨୦୧୬ ଅଲିମ୍ପିକ୍‌ ଫାଇନାଲ୍‌ରେ ସିନ୍ଧୁ ତାଙ୍କଠାରୁ ହାରି ଯାଇଥିଲେ। ଅବଶ୍ୟ ଚଳିତ ବର୍ଷ ମାଲେସିଆ ଓପନ୍‌ରେ ମାରିନ୍‌ଙ୍କୁ ସିନ୍ଧୁ ହରାଇଥିଲେ।

[caption id="attachment_260276" align="alignnone" width="903"] କାରୋଲିନା ମାରିନ୍‌ଙ୍କ ସହ ସିନ୍ଧୁ[/caption]

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସିନ୍ଧୁ। ଗତବର୍ଷ ସେ ଫାଇନାଲ୍‌ରେ ଜାପାନର ନାଜୋମୀ ଓକୁହାରାଙ୍କଠାରୁ ହାରି ଯାଇଥିଲେ। ଅବଶ୍ୟ ଏଥିର ସେ ପ୍ରତିଶୋଧ ନେଇଥିଲେ। କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କଠାରୁ ହାରି ଚାମ୍ପିଅନ୍‌ସିପ୍‌ରୁ ବିଦା ହୋଇଥିଲେ ନାଜୋମୀ।

ଗତକାଲି ସେମି ଫାଇନାଲ୍‌ରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ପରାସ୍ତ କରିଥିଲେ। ୟାମାଗୁଚିଙ୍କ ବିରୋଧରେ ସିନ୍ଧୁଙ୍କ ଏହା ଷଷ୍ଠ ବିଜୟ ଥିଲା। ଦୁହେଁ ୧୦ ଥର ମୁହାଁମୁହିଁ ହୋଇଛନ୍ତି।

Related story