କୋହଲି-ରୋହିତଙ୍କ ଶତକରେ ଭାରତର ରୋମାଞ୍ଚକର ବିଜୟ

ଗୁଆହାଟୀ (ଓଡ଼ିଶା ରିପୋର୍ଟର): ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ୫ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ୮ ୱିକେଟ୍ର ଦମ୍ଦାର ବିଜୟ ହାସଲ କରିଛି। ରବିବାର ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭ୍ରମଣକାରୀ ଦଳ ୱେଷ୍ଟ ଇଣ୍ଡିଜ୍ ଭାରତକୁ ୩୨୩ ରନ୍ର ବୃହତ୍ ଟାର୍ଗେଟ୍ ଦେଇଥିଲେ ମଧ୍ୟ ଅଧନାୟକ ବିରାଟ କୋହଲି ଏବଂ ଓପ୍ନର୍ ରୋହିତ ଶର୍ମାଙ୍କ ଶତକ ବଳରେ ଏହି ବିଜୟ ସହଜସାଧ୍ୟ ହୋଇପାରିଛି।
??@Paytm #INDvWI pic.twitter.com/8JXdrrpm52
— BCCI (@BCCI) October 21, 2018
ଇନିଂସ୍ର ୪୭ଟି ବଲ୍ ବାକି ଥାଇ ଭାରତ ଏହି ଲକ୍ଷ୍ୟ ହାସଲ କରିବା ସହିତ ଏହି ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି। ସାମ୍ନାରେ ବୃହତ୍ ଲକ୍ଷ୍ୟ ଥିଲେ ମଧ୍ୟ ଏହାକୁ ଖାତିର ନକରି ରୋହିତ-ବିରାଟ୍ ଯୋଡ଼ି ଏକାଠି ୨୪୬ ରନ୍ କରିଥିଲେ। କୋହଲି ଏହି ମ୍ୟାଚ୍ରେ ୧୪୦ ରନ୍ର ଇନିଂସ୍ ଖେଳି ତାଙ୍କର ୩୬ତମ ଶତକ ହାସଲ କରିଥିଲାବେଳେ ରୋହିତ ୮୬ ବଲ୍ରୁ ତାଙ୍କର ୨୦ତମ ଶତକ କରିଥିଲେ।
1st ODI. It's all over! India won by 8 wickets https://t.co/4HC9HhNgLD #IndvWI @Paytm
— BCCI (@BCCI) October 21, 2018
ରୋହିତ ୧୫୨ ରନ୍ ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟଡ଼ୁ ବିଜୟ ବେଳକୁ ୨୨ ରନ୍ କରି ଅପରାଜିତ ଥିଲେ। ଏହି ସିରିଜ୍ ପୂର୍ବରୁ କୋହଲି କହିଥିଲେ ଏହି ସିରିଜ୍ ୨୦୧୯ ବିଶ୍ୱକପ୍ ପୂର୍ବରୁ ପ୍ରସ୍ତୁତି ପାଇଁ ସହାୟକ ହେବ। ୩୨୩ ରନ୍ର ଟାର୍ଗେଟ୍ ହାସଲ ପାଇଁ ପ୍ରଥମ ଭାଗ ବ୍ୟାଟ୍ସମ୍ୟାନ୍ଙ୍କ ଏପରି ଆକ୍ରମଣାତ୍ମକ ଇନିଂସ୍ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା।
Well, the feeling is mutual Skip. Here's to many more from the Virat-Rohit combo.#INDvWI #TeamIndia pic.twitter.com/3aPtmhImHd
— BCCI (@BCCI) October 21, 2018
କୋହଲି ଆଜି ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଣ୍ଡିଜ୍ ଇନିଂସ୍ ଆରମ୍ଭରେ ଚନ୍ଦର୍ପଲ୍ ହେମ୍ରାଜ୍ ୯ ରନ୍ କରି ସଅଳ ବିଦାୟ ନେଇଥିଲେ। ଏହାପରେ ସିମ୍ରନ୍ ହେଟ୍ମେୟର୍ ଏବଂ କିଏରନ୍ ପାୱେଲ୍ ଇନିଂସ୍ ସମ୍ଭାଳିଥିଲେ । ସିମ୍ରନ୍ ହେଟ୍ମେୟର୍ ୭୮ ବଲ୍ରୁ ୧୦୬ ରନ୍ ହାସଲ କରିଥିଲାବେଳେ କିରନ୍ ପାୱେଲ୍ ୩୯ ବଲ୍ରୁ ୫୧ ରନ୍ କରିପାରିଥିଲେ।