ଟି-ଟେଣ୍ଟି ମହିଳା ବିଶ୍ୱକପ୍‌: ଇଂଲଣ୍ଡକୁ ହରାଇ ଫାଇନାଲ୍‌ରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚଳିତ ଟି-ଟେଣ୍ଟି ମହିଳା ବିଶ୍ୱକପ୍‌ରେ ଆଜି ଦିଲ୍ଲୀର ଫିରୋଜଶାହା କୋଟ୍‌ଲା ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୨ ରନ୍ କରିଥିବା ବେଳେ ଇଂଲଣ୍ଡ ଟିମ୍ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ଏମ୍‌ଏମ୍‌ ଲାନିଙ୍ଗଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା। […]

aust

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 05:41 PM IST

ନୂଆଦିଲ୍ଲୀ: ଚଳିତ ଟି-ଟେଣ୍ଟି ମହିଳା ବିଶ୍ୱକପ୍‌ରେ ଆଜି ଦିଲ୍ଲୀର ଫିରୋଜଶାହା କୋଟ୍‌ଲା ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚି ଯାଇଛି।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୨ ରନ୍ କରିଥିବା ବେଳେ ଇଂଲଣ୍ଡ ଟିମ୍ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ଏମ୍‌ଏମ୍‌ ଲାନିଙ୍ଗଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।

ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ଏମ୍.ଏମ୍ ଲାନିଙ୍ଗଙ୍କ ୫୫ ରନ୍ ବଳରେ ୨୦ ଓଭରରେ ୧୩୨ ରନ୍ କରି ଥିଲା। ଦଳ ୬ଟି ୱିକେଟ୍ ହରାଇ ଥିଲା। ଦଳ ପକ୍ଷରୁ ଏ.ଜେ ହିଲି ୨୫ ରନ୍ କରିଥିବା ବେଳେ ଇ.ଜେ ଭିଲାନି ୧୯ ଓ ଏ.ଜେ ବ୍ଲାକ୍‌ୱେଲ୍ ୧୧ ରନ୍ କରି ଥିଲେ।

ଇଂଲଣ୍ଡ ପକ୍ଷରୁ ଏନ୍‌.ଆର ସ୍କିଭର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

୧୩୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଦୁଇ ଓପନ୍‌ର ସି.ଏମ୍ ଇଡ୍‌ୱାର୍ଡସ୍ ଓ ଟି.ଟି ବ୍ୟୁମୋଣ୍ଟ୍ ଯଥାକ୍ରମେ ୩୧ ଓ ୩୨ ରନ୍ କରିଥିଲେ। ଏସ୍‌.ଜେ ଟେଲର ୨୧ ରନ୍ କରି ଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଏମ୍‌.ଏଲ୍ ସ୍କଟ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

Related story