ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି

କଟକ (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଆ ବୋଲର ସୁଶ୍ରୀ ଦିବ୍ୟାଦର୍ଶିନୀ ଚମକିଛନ୍ତି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଚତୁର୍ଥ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ଇଣ୍ଡିଆ-ବି ଟିମ୍ ୩୫ ରନରେ ହରମନପ୍ରୀତ କୌରଙ୍କ ଇଣ୍ଡିଆ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ଇଣ୍ଡିଆ-ଏ ୭ ୱିକେଟ୍ ହରାଇ ୧୦୪ ରନ୍ […]

women

women

Ranjit Kumar Jena
  • Published: Tuesday, 07 January 2020
  • Updated: 07 January 2020, 05:42 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଆ ବୋଲର ସୁଶ୍ରୀ ଦିବ୍ୟାଦର୍ଶିନୀ ଚମକିଛନ୍ତି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଚତୁର୍ଥ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ଇଣ୍ଡିଆ-ବି ଟିମ୍ ୩୫ ରନରେ ହରମନପ୍ରୀତ କୌରଙ୍କ ଇଣ୍ଡିଆ-ଏ'କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ଇଣ୍ଡିଆ-ଏ ୭ ୱିକେଟ୍ ହରାଇ ୧୦୪ ରନ୍ କରିବାକୁ ସକ୍ଷମ ହୋଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ'ର କ୍ରମାଗତ ଦ୍ୱିତୀୟ ପରାଜୟ। ଏହା ପୂର୍ବରୁ ସୋମବାର ଇଣ୍ଡିଆ-ଏ' ଟିମ୍ ଇଣ୍ଡିଆ-ସି'ଠାରୁ ପରାସ୍ତ ହୋଇଥିଲା। ଏବେ ଇଣ୍ଡିଆ-ଏ ଓ ଇଣ୍ଡିଆ-ସି' ମଧ୍ୟରୁ ଗୋଟିଏ ଟିମ୍ ଫାଇନାଲ୍ ଯିବ।

ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଣ୍ଡିଆ-ବି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପ୍ନର ଭେଲାସ୍ୱାମୀ ବନିତା ଓ ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ୬.୪ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ମନ୍ଧାନା ୨୫ ବଲରେ ୪ ଚୌକା ଓ ୨ ଛକା ସହ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ବନିତା ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମଧ୍ୟକ୍ରମରେ ଜେମିମା ରୋଡ୍ରିଗ୍ସ (୨୦), ରିଚା ଘୋଷ (୨୨), ପୂଜା ବସ୍ତ୍ରାକର (୧୫*) ଓ ଶିଖା ପାଣ୍ଡେ (୧୪*)ଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦ୍ୱାରା ଇଣ୍ଡିଆ-ବି ୧୩୯ ରନ୍ କରିପାରିଥିଲା। ଇଣ୍ଡିଆ-ଏ ପକ୍ଷରୁ ସ୍ନେହ ରାଣା ୨ଟି, ମାନସୀ ଯୋଶୀ ଓ ରାଧା ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୪୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ଏ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା, ଯେଉଁକାରଣରୁ ଦଳର ରନ୍ ଗତି କମିଯାଇଥିଲା। ପ୍ରିୟା ପୁନିଆ ସର୍ବାଧିକ ୩୪ ଓ ଦୀପ୍ତି ଶର୍ମା ଅପରାଜିତ ୩୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାନିଆ ଭାଟିଆ ୧୧, ଦେବିକା ବୈଦ୍ୟ ୬, ହରମନପ୍ରୀତ ୬, ଭାରତୀ ଫୁଲମାଲି ୧୧ ରନ୍ କରି ଆଉଟ୍ ହୋଇଥିଲେ। ଭାରତ-ବି' ପକ୍ଷରୁ ସୁଶ୍ରୀ ୧୮ ରନ୍ ଦେଇ ୨ଟି ଓ ଅନୁଜା ପାଟିଲ୍ ୧୯ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ତନୁଜା କନୱର ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ। ଆସନ୍ତାକାଲି ପଞ୍ଚମ ମ୍ୟାଚ୍ ଇଣ୍ଡିଆ-ସି ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos