ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ଏମିଲି ବର୍ଷକ ପାଇଁ ବାସନ୍ଦ

ସିଡନୀ: ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ଏମିଲି ସ୍ମିଥଙ୍କ ଉପରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବର୍ଷକର ବାସନ୍ଦାଦେଶ ଲଗାଇଛି। ଏମିଲି ମହିଳା ବିଗ ବ୍ୟାଶ୍ ଲିଗର ମ୍ୟାଚର ୧ ଘଣ୍ଟା ପୂର୍ବରୁ ନିଜ ଟିମର ଚୂଡ଼ାନ୍ତ ଏକାଦଶ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ମିଥଙ୍କୁ ଆଣ୍ଟି କରପସନ୍ କୋଡର ଉଲ୍ଲଙ୍ଘନ କରିଥିବାର ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ବର୍ଷକ ପାଇଁ ବାସନ୍ଦ ଲଗାଇଛି। ସୂଚନାଯୋଗ୍ୟ, ସିଏ ସ୍ମିଥଙ୍କର ୧୨ମାସରୁ ୯ମାସ ପୂର୍ବରୁ ହିଁ […]

emily

Ranjit Kumar Jena
  • Published: Monday, 18 November 2019
  • , Updated: 18 November 2019, 04:37 PM IST

ସିଡନୀ: ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ଏମିଲି ସ୍ମିଥଙ୍କ ଉପରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବର୍ଷକର ବାସନ୍ଦାଦେଶ ଲଗାଇଛି। ଏମିଲି ମହିଳା ବିଗ ବ୍ୟାଶ୍ ଲିଗର ମ୍ୟାଚର ୧ ଘଣ୍ଟା ପୂର୍ବରୁ ନିଜ ଟିମର ଚୂଡ଼ାନ୍ତ ଏକାଦଶ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ମିଥଙ୍କୁ ଆଣ୍ଟି କରପସନ୍ କୋଡର ଉଲ୍ଲଙ୍ଘନ କରିଥିବାର ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ବର୍ଷକ ପାଇଁ ବାସନ୍ଦ ଲଗାଇଛି।

ସୂଚନାଯୋଗ୍ୟ, ସିଏ ସ୍ମିଥଙ୍କର ୧୨ମାସରୁ ୯ମାସ ପୂର୍ବରୁ ହିଁ ସସପେଣ୍ଡ କରିଦେଇଛି ଏବଂ ଏବେ ସେ ୩ମାସ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେ ନାହିଁ। ସ୍ମିଥ ବିଗ୍ ବ୍ୟାଲ ଲିଗର ଚଳିତ ସିଜନରୁ ବାଦ୍ ପଡ଼ିଛନ୍ତି। ୨୪ ବର୍ଷୀୟ ଏହି ୱିକେଟକିପର ହରିକେନ୍ସ ଓ ସିଡନୀ ଥଣ୍ଡର ମଧ୍ୟରେ ନଭେମ୍ବର ୨ ତାରିଖର ମ୍ୟାଚର ଏକ ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ଏକାଦଶ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା।

ସିଏ ପକ୍ଷରୁ କୁହାଯାଇଛି ଯେ, ସ୍ମିଥ ଧାରା ୨.୩.୨ର ଉଲ୍ଲଙ୍ଘନ କରିଛନ୍ତି। ଏହା ଆଧାରରେ ସ୍ମିଥ୍ ଟିମର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାରେ ଲିକ୍ କରିଛନ୍ତି। ଏହି ସୂଚନା ବୁକି ମଧ୍ୟ ବ୍ୟବହାର କରିପାରିଥାନ୍ତେ। ସୂଚନାଯୋଗ୍ୟ, ଏମିଲି ଜଣେ ଫୁଟବଲରରୁ କ୍ରିକେଟର୍ ହୋଇଛନ୍ତି। ସେ ଭିକ୍ଟୋରିଆ ପକ୍ଷରୁ ଫୁବଟଲ ଖେଳିଥିଲେ ଏବଂ ଏହା ମଧ୍ୟରେ ସେ ଚାରୋଟି ଟାଇଟଲ୍ ମଧ୍ୟ ଜିତିଛନ୍ତି। ଏହା ପରେ ସେ କ୍ରିକେଟର୍ ହେବାକୁ ନିଷ୍ପତ୍ତି ନେଇଥିଲେ।

Related story