ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପ୍: ଇତିହାସ ରଚିଲେ ଇନ୍ଦରଜିତ ସିଂହ, ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ସଟ୍-ପୁଟର୍  

ବେଜିଂ: ଚୀନର ବେଜିଂରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ସଟ୍-ପୁଟର ଇନ୍ଦରଜିତ ସିଂହ। ପ୍ରଥମ ଭାରତୀୟ ସଟ୍-ପୁଟର ଭାବେ ସେ ଏହି ଚାମ୍ପିଅନସିପର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଲୁହାର ବଲକୁ ୨୦.୪୭ ମିଟର ଫିଙ୍ଗି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତୃତୀୟ ତଥା ଶେଷ ସୁଯୋଗରେ ସେ ଲୁହାର ବଲକୁ ୨୦.୪୭ ମିଟର ଫୋପାଡ଼ି ଫାଇନାଲ୍ ରାଉଣ୍ଡରେ ସ୍ଥାନ ପାଇଥିବା ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ୮ ନମ୍ବର ସ୍ଥାନରେ […]

inderjit

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 06:45 AM IST

ବେଜିଂ: ଚୀନର ବେଜିଂରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ସଟ୍-ପୁଟର ଇନ୍ଦରଜିତ ସିଂହ। ପ୍ରଥମ ଭାରତୀୟ ସଟ୍-ପୁଟର ଭାବେ ସେ ଏହି ଚାମ୍ପିଅନସିପର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଲୁହାର ବଲକୁ ୨୦.୪୭ ମିଟର ଫିଙ୍ଗି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତୃତୀୟ ତଥା ଶେଷ ସୁଯୋଗରେ ସେ ଲୁହାର ବଲକୁ ୨୦.୪୭ ମିଟର ଫୋପାଡ଼ି ଫାଇନାଲ୍ ରାଉଣ୍ଡରେ ସ୍ଥାନ ପାଇଥିବା ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ୮ ନମ୍ବର ସ୍ଥାନରେ ରହିଛନ୍ତି।

ସଟ୍-ପୁଟରେ ଇନ୍ଦରଜିତଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦.୬୫ ମିଟର।

ସେହିଭଳି ଏହି ଚାମ୍ପିଅନସିପର ୨୦ କିଲୋମିଟର ରେସ୍ ୱାକରେ ଭାରତର ବଲଜିନ୍ଦର ସିଂହ ୧୨ତମ ସ୍ଥାନ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ମୋଟ ୫୧ ଜଣ ଆଥଲେଟ୍ ଭାଗ ନେଇ ଥିଲେ।  ବଲଜିନ୍ଦ୍ ୨୦ କିମି ବାଟକୁ ୧ ଘଣ୍ଟା ୨୧ ମିନି୍ ୪ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦୁଇ ଭାରତୀୟ- ଗୁରମୀତ ସିଂହ ଓ ଚନ୍ଦନ ସିଂହ ଯଥାକ୍ରମେ ୩୬ ଓ ୪୨ ନମ୍ବର ସ୍ଥାନରେ ରହିଥିଲେ।

Related story