ବିଶ୍ୱ ବ୍ୟାଟମିଣ୍ଟନ୍ ଚାମ୍ପିଆନସିପ୍: ପ୍ରଥମ ବିଜୟ ଆଣିଲେ କାଶ୍ୟପ ଓ ପ୍ରଣେୟ

ଜାକର୍ତ୍ତା: ବିଶ୍ୱ ବ୍ୟାଟମିଣ୍ଟନ୍ ଚାମ୍ପିଆନସିପରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛି ଭାରତ। ଜାକର୍ତ୍ତାରେ ଆରମ୍ଭ ହୋଇଥିବା ଏହି ଚାମ୍ପିଆନସିପର ପ୍ରଥମ ଦିନରେ ଭାରତର ପାରୁପାଲ୍ଲୀ କାଶ୍ୟପ ଓ ଏଚଏସ ପ୍ରଣେୟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ କାଶ୍ୟପ ନେଦରଲ୍ୟାଣ୍ଡର ଏରିକ୍ ମେଜିସଙ୍କୁ ୨୧-୧୭,୨୧-୧୦ ସେଟରେ ପରାସ୍ତ କରିଛନ୍ତି। ସେହିପରି ପ୍ରଣେୟ ବ୍ରାଜିଲର ଆଲେକ୍ସ ୟୁଆନ୍ ଜୋଙ୍ଗଙ୍କୁ ୨୧-୧୨,୨୧-୧୬ ସେଟରେ ପରାଜିତ କରିଛନ୍ତି। ସେହିପରି ମହିଳା ଡବଲ୍ସରେ ଭାରତୀୟ ଯୋଡି ପି.ଗ୍ୟାଡରେ ଓ ଏସ ରେଡ୍ଡି […]

pkashyap

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 04:13 PM IST

ଜାକର୍ତ୍ତା: ବିଶ୍ୱ ବ୍ୟାଟମିଣ୍ଟନ୍ ଚାମ୍ପିଆନସିପରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛି ଭାରତ। ଜାକର୍ତ୍ତାରେ ଆରମ୍ଭ ହୋଇଥିବା ଏହି ଚାମ୍ପିଆନସିପର ପ୍ରଥମ ଦିନରେ ଭାରତର ପାରୁପାଲ୍ଲୀ କାଶ୍ୟପ ଓ ଏଚଏସ ପ୍ରଣେୟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ କାଶ୍ୟପ ନେଦରଲ୍ୟାଣ୍ଡର ଏରିକ୍ ମେଜିସଙ୍କୁ ୨୧-୧୭,୨୧-୧୦ ସେଟରେ ପରାସ୍ତ କରିଛନ୍ତି। ସେହିପରି ପ୍ରଣେୟ ବ୍ରାଜିଲର ଆଲେକ୍ସ ୟୁଆନ୍ ଜୋଙ୍ଗଙ୍କୁ ୨୧-୧୨,୨୧-୧୬ ସେଟରେ ପରାଜିତ କରିଛନ୍ତି। ସେହିପରି ମହିଳା ଡବଲ୍ସରେ ଭାରତୀୟ ଯୋଡି ପି.ଗ୍ୟାଡରେ ଓ ଏସ ରେଡ୍ଡି ଇଶାବେଲ ହେରଟ୍ରିଜ ଏବଂ ବରଗ୍ରିଟ୍ ମିଚେଲଙ୍କୁ ୧୬-୨୧,୨୧-୧୫ ଓ ୨୧-୧୪ ସେଟରେ ପରାସ୍ତ କରିଥିଲେ। ଏହାସହ ପୁରୁଷ ଡବଲ୍ସରେ ପିଜେ ଚୋପ୍ରା ଓ ଅକ୍ଷୟ ଦେୱଲକର ଯୋଡି ନିକିତା ଖାକିମୋଭ ଓ ଭି କୁଞ୍ଜେନସ୍ତୋଭ ଯୋଡିଙ୍କୁ ୧୭-୨୧,୨୧-୧୧ ଓ ୨୧-୧୪ ସେଟରେ ପରାସ୍ତ କରିଛନ୍ତି। ମିକ୍ସଡ ଡବ୍ଲସରେ ଲିଓ ମିନ୍ ଓ ଚେନ୍ ହୋଏହୋ ହ୍ୱାନ୍ ୨୧-୧୩,୨୧-୧୭ ସେଟରେ ତରୁଣ କୋନା ଓ ସାକ୍କି ରେଡ୍ଡିଙ୍କୁ ପରାସ୍ତ କରିଛନ୍ତି।

Related story